ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରହ୍ମପୁରରେ ବିଜେପି ଯୁବ ସମାବେଶରେ ଦେଇପାରନ୍ତି ଯୋଗ

0

ଭୁବନେଶ୍ୱର (ଆମ ଟିଭି):  ପୁଣି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ୨୭ ତାରିଖରେ ସେ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ସାମିଲ ହୋଇପାରିନ୍ତି ।

ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ଜନ୍ମଦିନ । ଏଥିପାଇଁ ସପ୍ତାହେ ଧରି ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଯୁବ ସମାବେଶ କରାଯାଉଛି । ୨୭ ତାରିଖରେ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ସାମିଲ ହୋଇପାରନ୍ତି । ହେଲେ ଦଳ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

Leave A Reply

Your email address will not be published.