ଟନେଲରୁ ଉଦ୍ଧାର ହୋଇଥିବା ୪୧ ଜଣ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ (ଆମ ଟିଭି): ଜୀବନ ବଞ୍ଚାଇ ଫେରିଲେ ଶ୍ରମିକ ।ଟନେଲରୁ ୪୧ ଜଣ ଶ୍ରମିକ ବାହାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ଫୋନ୍ରେ କଥା ହୋଇଛନ୍ତି । ଟନେଲ୍ ଭିତରେ ୧୭ ଦିନ ସେମାନେ କିପରି ରହିଥିଲେ, ତାଙ୍କ ଠାରୁ ପଚାରି ବୁଝିଥିଲେ । କ’ଣ ଖାଉଥିଲେ, କେମିତି ତାଙ୍କ ଦିନ କଟୁଥିଲା, ସେ ସଂପର୍କରେ ଶ୍ରମିକଙ୍କଠାରୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆଉ ଶ୍ରମିକମାନେ ସେମାନଙ୍କ ଅନୁଭୂତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ମୋଦୀ କହିଛନ୍ତି, ଶ୍ରମିକଙ୍କ ସାହାସ ଓ ଧର୍ଯ୍ୟ ପ୍ରେରଣାଦାୟକ । ଶ୍ରମିକମାନେ ଜଣେ ଜଣଙ୍କ ସାହସ ବଢାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.