ଆସନ୍ତା ୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଭୁବନେଶ୍ୱର (ଆମ ଟିଭି): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି।

ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ନିକଟସ୍ଥ ଏକ ପଡ଼ିଆରେ ହେବାକୁ ଥିବା ସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବାଧିତ କରିବେ। ମୋଦିଙ୍କ ଗସ୍ତକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମାପନ କରିବା ପାଇଁ ପ୍ରସ୍ତୁଚି ଆରମ୍ଭ ହୋଇଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(ଏସ୍‌ପିଜି) ସଭାସ୍ଥଳୀ ପହଞ୍ଚି ଅନୁଧ୍ୟାନ କରିଥିବାବେଳେ ସ୍ଥାନରେ ପୋଲିସ ପ୍ରଶାସନ ପଦକ୍ଷେପ ନେଇଛି।

ଅନ୍ୟପଟେ ଚଳିତ ସାଧାରଣ ନିର୍ବାଚନରେ ମୋଦିଙ୍କ ବରଗଡ଼ ଗସ୍ତକୁ ନେଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ତେବେ ମୋଦିଙ୍କ ଗସ୍ତକୁ ନେଇ ସଭାସ୍ଥଳ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍‌ ଉଡ଼ାଣକୁ ନିଷେଧ କରାଯାଇଛି। ଏହି ଦିନ ବଲାଙ୍ଗୀର ଏବଂ କନ୍ଧମାଳରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.