ଆଜି ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି): ଚୀନ୍ ସହ ଭାରତର ସଂଘର୍ଷ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ଯାଉଛନ୍ତି । ଏହି କ୍ରମରେ ସେ ଆଜି ମେଘାଳୟ, ଓ ତ୍ରିପୁରା ଦୁଇଟି ରାଜ୍ୟରେ ମୋଟ ୬୮ ହଜାର କୋଟି ଟଙ୍କାର ଯୋଜନାକୁ ଉଦ୍ଘାଟନ କରିବେ । ଏହି ପରିଯୋଜନା ମଧ୍ୟରେ କୃଷି, ସଡକ, ଆବାସ, ଦୂରସଂଚାର, ଆଇଟି ଓ ପର୍ୟ୍ୟଟନ ଭଳି ଯୋଜନାର ଉଦଘାଟନ କରିବେ ।

ଏହାସହ ଆଜି ଉତ୍ତର ପୂର୍ବ ପରିଷଦର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜନ କରାଯାଉଛି । ମେଘାଳୟର ରାଜଧାନୀ ସିଲଂରେ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି । ଏହି କାର୍ୟ୍ୟକ୍ରମରେ ବି ଭାଗନେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ମୁତାବକ ସକାଳ ୧୦.୩୦ ରେ ସିଲଂ ସ୍ଥିତ କନଭେନସନ ସେଣ୍ଟରର ପୂର୍ବୋତ୍ତର ପରିଷଦର ସୂର୍ଣ୍ଣଜୟନ୍ତ୍ରୀରେ ଯୋଗଦେବେ । ଏହାପରେ ୧୧.୩୦ ରେ ସିଲଂ ସାର୍ବଜନିକ ସମାରୋହରେ ପହଂଚିବେ ପ୍ରଧାନମନ୍ତ୍ରୀ । ସେଠାରେ ସେ କିଛି ପରିଯୋଜନାର ଉଦଘାଟନ କରିବେ । ମେଘାଳୟ ପରେ ପ୍ରଧାନମନ୍ତ୍ରୀ ତ୍ରିପୁରା ଯିବେ ।

Leave A Reply

Your email address will not be published.