ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମଦିନରେ ଭାରତକୁ ୮ଟି ଚିତା ବାଘ ଉପହାର ଦେଇଛନ୍ତି । ଏହି ପ୍ରେଜେକ୍ଟ ଚିତାକୁ ନେଇ ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ନେତା ଜୟରାମ ରମେଶ ରବିବାର ଦିନ ଟ୍ୱିଟରରେ ଏକ ଚିଠି ସେୟାର କରି ଲେଖିଛନ୍ତି ଯେ, କଂଗ୍ରେସ ସରକାର ୨୦୦୯ରେ ‘ପ୍ରୋଜେକ୍ଟ ଚିତା’ ଆରମ୍ଭ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତାକୁ ଭାରତ ଆଣିବା ପାଇଁ ପୂର୍ବ ସରକାର କୌଣସି ଗଠନମୂଳକ ଉଦ୍ୟମ କରିନଥିବା କହି ନିଜକୁ ଅଭ୍ୟାସଗତ ମିଛୁଆ ବୋଲି ପ୍ରମାଣ କରିଛନ୍ତି।
ଗତକାଲି ‘କୁନୋ ଜାତୀୟ ଉଦ୍ୟାନ’ରେ ୮ଟି ଚିତାକୁ ଛାଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ୭ଦଶନ୍ଧି ପୂର୍ବରୁ ଦେଶରୁ ବିଲୁପ୍ତ ହେବା ପରେ ବି ଚିତାକୁ ଭାରତ ଆଣି ପୂର୍ବରୁ କେନ୍ଦ୍ରରେ ଥିବା ସରକାର କୌଣସି ପ୍ରୟାସ କରିନଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ବୟାନର ଜବାବରେ ଟ୍ବିଟ କରିଛନ୍ତି ଜୟରାମ ରମେଶ। ସେ ଲେଖିଛନ୍ତି, ଏହା ହେଉଛି ସେହି ଚିଠି ଯାହା ମାଧ୍ୟମରେ ୨୦୦୯ରେ ‘ପ୍ରୋଜେକ୍ଟ ଚିତା’ ଆରମ୍ଭ ହୋଇଥିଲା। ଆମର ପ୍ରଧାନମନ୍ତ୍ରୀ ହେଉଛନ୍ତି ଅଭ୍ୟାସଗତ ମିଛୁଆ।