କଳାହାଣ୍ଡି(ଆମ ଟିଭି): କଳାହାଣ୍ଡି ଜିଲ୍ଲା ଏମ, ରାମପୁର ସବ ଜେଲ୍ ରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ନରଲା ବ୍ଲକ୍ ର ରୁପ୍ରା ଅଞ୍ଚଳର ବିଶ୍ଵାମିତ୍ର ମାଝୀ ନିଜ ସ୍ତ୍ରୀ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର କରୁଥିବାରୁ ତାକୁ ଗତ ତିନି ମାସ ତଳେ ବିଚାରାଧୀନ କଏଦୀ ଭାବେ ଏମ,ରାମପୁର ସବ ଜେଲରରେ ରଖାଯାଇଥିଲା ହେଲେ ତାର ଦୌରାତ୍ମ୍ୟ ଯୋଗୁ ତାକୁ ପରିବାର ଲୋକେ ବେଲ ରେ ଆଣି ନଥିଲେ।ଗତ ୧୧ତାରିଖ ଦିନ ଦ୍ୱୀପହର ଓଳି ଜେଲ୍ ପରିସରରେ ଥିବା ହନୁମାନ ମନ୍ଦିର ପାର୍ଶ୍ଵରେ କାମ କରୁଥିବାବେଳେ ଜେଲ୍ କର୍ମଚାରୀ ଙ୍କ ଢିଲା ବନ୍ଦୋବସ୍ତ ର ସୁଯୋଗ ଦେଖି ଖସି ପଳାଇ ଯାଇଥିଲା।ପରେ ଜେଲ୍ କର୍ତ୍ତୃପକ୍ଷ ବହୁତ୍ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ଧରି ପାରିନଥିଲେ।ଫଳରେ ଘଟଣା କୁ ଚପାଇ ନ ପାରି ୧୨ତାରିଖ ଦିନ ଉପର ଓଳି ଏମ,ରାମପୁର ଥାନାରେ କେଶ ଦେଇଥିଲେ।
କେସ କୁ ଭିତ୍ତି କରି ମ,ରାମପୁର ପୋଲିସ ତନାଘନା ଭିତ୍ତି ରେ ଖୋଜାଖୋଜି ଆରମ୍ଭ କରିଥିଲେ।ବିଶ୍ଵାମିତ୍ର ଙ୍କ ସମସ୍ତ ପରିଚିତ ଙ୍କୁ ପଚରା ଉଚୁରା କରି ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଜାରି ରଖିଥିବା ଏମ.ରାମପୁର ଏସ ଆଇ ଜୟଦେବ ତାରିଣୀ ସୂଚନା ଦେଇଛନ୍ତି ।ଅନ୍ୟପଟେ ଏମ,ରାମପୁର ସବ ଜେଲ୍ ରେ ଏହା କଳାହାଣ୍ଡି ଜିଲ୍ଲାର ପ୍ରଥମ ଘଟଣା ହୋଇଥିବାରୁ ଜେଲ୍ ପ୍ରଶାସନ ର ଖାମ୍ ଖିଆଲି ମନବୃତ୍ତି କୁ ପଦାରେ ପକାଇ ଦେଇଛି। ଜେଲର ଙ୍କ କାର୍ୟ୍ୟ କଲାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ଏନେଇ ଜେଲର ଦାୟିତ୍ୱ ରେ ଥିବା ରଘୁରାଜ ମାଝୀ ଙ୍କୁ ନେଇ ଲୋକେ ଅନେକ କଥା କହିଲେଣି।ଦେଖିବାକୁ ବାକି ରହିଲା ବିଭାଗୀୟ ଜେଲର ରଘୁରାଜ ମାଝୀ ଙ୍କ ପ୍ରତି କଣ କାର୍ୟ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର।