ହିମାଚଳ ପ୍ରଦେଶ (ଆମ ଟିଭି): ହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ୨୦୦ ମିଟର ଗଭୀର ଖାଇରେ ଖସିପଡିଛି । ବସ୍ ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ପ୍ରାଇଭେଟ ବସଟି ଶିମଲାରୁ କୁପୱା ଯାଉଥିଲା । ସିରମୌର ଜିଲ୍ଲାର ରେଣୁକାଜୀ ବିଧାନସଭା ଅଞ୍ଚଳରେ ହରିପୁରଧାରରେ ବସ୍ ’ଜିତ କୋଚ୍’ ରାସ୍ତାରୁ ସିଧାସଳଖ ତକଳୁ ଖସିପଡିଥିଲା । ବସରେ ଫୁଲ୍ ଯାତ୍ରୀ ଥିଲେ । ଦୁର୍ଘଟଣାରେ ବସର ଉପର ଉଡ଼ିଯାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକ ମୃତକ ଏବଂ ଆହତଙ୍କୁ ବସରୁ ଉଦ୍ଧାର କରିଥିଲେ ।
ସିରମୌର ଏସପି ନିଶ୍ଚିତ ସିଂହ ନେଗୀ କହିଛନ୍ତି, ସିରମୌର ଜିଲ୍ଲାରେ ହରିପୁରଧାର ନିକଟରେ ଏକ ପ୍ରାଇଭେଟ ବସ୍ ରାସ୍ତାରେ ବସ୍ ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ । ବସରେ ୩୦-୩୫ ଜଣ ଲୋକ ଥିଲେ । ପୋଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ବସ୍ ଭିତରୁ ଉଦ୍ଧାର କରିଛନ୍ତି ।