ନୂଆଦିଲ୍ଲୀ(ଆମ ଟିଭି): ମୁଣ୍ଡ ଉପରେ କର୍ଣ୍ଣାଟକ ନିର୍ବାଚନ । ଏହାରି ଭିତରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ନିଜର ଭାଷଣରେ ସେ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗଟେ। ସତ୍ୟ ପଥରେ ରହିବାରୁ ରାହୁଲଙ୍କ ସାଂସଦ ପଦ କଟିଲା ବୋଲି କହିଛନ୍ତି ପ୍ରିୟଙ୍କା ।
ସେପଟେ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ସଂରକ୍ଷଣ ନୀତି ନାମରେ ରାଜ୍ୟବାସୀଙ୍କୁ ଜାତି, ସମ୍ପ୍ରଦାୟ ଭିତ୍ତିରେ ଭାଗ ଭାଗ କରାଯାଉଛି । ରାଜ୍ୟବାସୀଙ୍କୁ ବିଜେପି ବାରମ୍ବାର ଧୋକା ଦେଇଆସିଥିବାରୁ ବିଜେପି ଏବେ ଭାରତୀୟ ଜନତା ପାର୍ଟି ହୋଇ ରହିନାହିଁ । ଏହା ଏବେ ବିଟ୍ରେଆଲ ଜନତା ପାର୍ଟି ବା ଧୋକାବାଜ ଜନତା ପାର୍ଟିରେ ରୂପାନ୍ତରିତ ହୋଇଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୂର୍ଜେଓ୍ବାଲା । ସେ ଆହୁରି କହିଛନ୍ତି, ସଂରକ୍ଷଣ ନାମରେ ବିଜେପି କେବଳ ଲଲିପପ ଦେଉଛି । ରାଜ୍ୟରେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରାଯାଉଛି ।