ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ: ବିରାଟ ମହିଳା ସମାବେଶରେ ଦେବେ ଯୋଗ

0

ନୂଆଦିଲ୍ଲୀ(ଆମ ଟିଭି): ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ସବୁ ରାଜନୈତିକ ଦଳ । ଏହାରି ଭିତରେ ଓଡ଼ିଶା କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଯେପରି ଅଧିକରୁ ଅଧିକ ସିଟ୍ରେ ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି। ବାରମ୍ବାର ପରାଜୟରେ ହତୋତ୍ସାହିତ ହୋଇଯାଇଥିବା କଂଗ୍ରେସ କର୍ମୀ ଓ ନେତାଙ୍କୁ ଜିତିବାର ମନ୍ତ୍ର ଦେବାକୁ ଦଳର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ୍ଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଗସ୍ତରେ ଆଣିବାକୁ ଯୋଜନା ହୋଇଛି।

ଓଡ଼ିଶାରେ ଖୁବ୍ ଶୀଘ୍ର ଏକ ମହିଳା ସମାବେଶ ହେବାକୁ ଥିବାରୁ ଏଥିରେ ପ୍ରିୟଙ୍କା ଗାନ୍ଧୀ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ଏହାବାଦ୍ ବିଭିନ୍ନ କାର୍ୟ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗଦେବାର କାର୍ୟ୍ୟକ୍ରମ ରହିଥିବା ଦଳ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷେ କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି କଂଗ୍ରେସ ପ୍ରଭାରୀଙ୍କୁ ଏ. ଚେଲାକୁମାରଙ୍କ ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ଅନୁରୋଧ ପତ୍ର ଲେଖିଛନ୍ତି। ଫେବ୍ରୁଆରି ୧୮ରେ ଖୋର୍ଦ୍ଧା ବରୁଣେଇ ନିକଟରେ ହେବାକୁ ଥିବା ସମାବେଶରେ ପ୍ରିୟଙ୍କା ଯୋଗଦେବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.