୪୮ବଲ୍ ରେ ୧୦୦ ରନ୍ କନସେପ୍ଟ ରେ “ଆଜିର ରେବତୀ” ର ପ୍ରଚାର ଓ ପ୍ରସାର*
ଆର.ଆର ଇଭେଣ୍ଟ ଏବଂ ସିନେ ପ୍ରଡ଼କସନ ପ୍ରସ୍ତୁତି “ଆଜିର ରେବତୀ” ଆସନ୍ତା ଏପ୍ରିଲ ୧୧ରେ ମୁକ୍ତିଲାଭ କରିବ l ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ “ଆଜିର ରେବତୀ” ଟିମ୍ ତରଫରୁ ଏକ ଅଭିନବ ଶୈଳୀରେ ପ୍ରଚାର ଓ ପ୍ରସାର ପାଇଁ ଯୋଜନା କରାଯାଇଛି l ପ୍ରତି ଘଣ୍ଟାରେ ଥରେ ଇନ୍ଷ୍ଟା, ଫେସବୁକ୍ ତଥା ସୋସିଆଲ ମିଡ଼ିଆରେ ଆଜିର ରେବତୀ କେମିତି ପ୍ରତ୍ୟେକ ଦର୍ଶକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଉଭୟ କଳାକାର ଏବଂ ପ୍ରଚାର ଓ ପ୍ରସାର ଟିମ୍ ତତ୍ପର ଅଛନ୍ତି l ଏଥିପାଇଁ ସମସ୍ତ ଇନଫ୍ଲୁଏନ୍ସର, ୟୁଟୁବର, ଡିଜିଟାଲ ମିଡ଼ିଆ ଓ ଅନ୍ୟାନ୍ୟ ମିଡ଼ିଆଙ୍କୁ ସହଯୋଗ ପାଇଁ ଅନୁରୋଧ କରାଯାଇଥିଲା l ପ୍ରଯୋଜକ ରମେଶ ବାରିକ ଙ୍କର ଆଜିର ରେବତୀ ୨୪ତମ ସହିତ ପ୍ରଥମ ଦ୍ବିଭାଷୀ ଚଳଚ୍ଚିତ୍ର l ଯାହା ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିବ l ସାରା ଓଡିଶାରେ ୩୪ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଛି l ଆଜିର ଏହି ସ୍ୱତନ୍ତ୍ର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମରେ
ପ୍ରଯୋଜକ ରମେଶ ବାରିକ, ନାୟକ ବୋନି ସେନଗୁପ୍ତା, ନାୟିକା ଶୀତଲ ପାତ୍ର, ଅଭିନେତା ପୃଥ୍ଵୀରାଜ ନାୟକ, ସୁକାନ୍ତ ରଥ, ଅଭିନେତ୍ରୀ ପୁଷ୍ପା ପଣ୍ଡା ଙ୍କ ସମେତ ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ l
ଆଜିର ରେବତୀ କୁ ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାସ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ l
ପ୍ରଯୋଜନା ସଂସ୍ଥା ତରଫରୁ ସମସ୍ତ ସିନେପ୍ରେମୀଙ୍କୁ ଓଡିଶା ମାଟିର ମୌଳିକ କାହାଣୀ ରେ ନିର୍ମାଣ ହୋଇଥିବା ଆଜିର ରେବତୀ ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କରିବା ସହିତ ନିରାଶ ହେବେନି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l