ବ୍ରହ୍ମପୁର ସହର ରେ ପ୍ରଥା ର ପ୍ରଚାର*
ଭୁବନେଶ୍ୱର:ଇତି ମଧ୍ୟରେ ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ତଥା ଅଡିଓ ରିଲିଜ୍ ହୋଇଯାଇଛି l ଆସନ୍ତା ୧୫ ସେପ୍ଟେମ୍ବର ରେ ଚଳଚ୍ଚିତ୍ର ପ୍ରଥା ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଓଡିଶାର କେତଗୁଡିଏ ପ୍ରମୁଖ ସହର ମାନଙ୍କରେ ଟିମ୍ ପହଞ୍ଚି ପ୍ରଚାର ଜାରି ରଖିଛନ୍ତି l ଆଜି ରେଶମ ସହର ବ୍ରହ୍ମପୁର ରେ ଚଳଚ୍ଚିତ୍ର ର ନାୟକ ସ୍ୱରାଜ ବାରିକ ଙ୍କ ସହିତ କାର୍ଯ୍ୟକାରୀ ପ୍ରଯୋଜକ ବିଜୟ ପାତ୍ର, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ଏବଂ ଟିମ୍ ବ୍ରହ୍ମପୁର ର Govt ITI College, ଖଲିକୋଟ କଲେଜ ଓ ୟୁନିଭରସିଟି ରେ ପ୍ରଚାର କରିଥିଲେ l ପ୍ରଥା ର ଦମଦାର ଟ୍ରେଲର ଦେଖି ଉପସ୍ଥିତ ଦର୍ଶକ ବେଶ ଉତ୍ସାହିତ ଥିଲେ ଏବଂ ସମସ୍ତ ବୋବାଲିଆ ଗୀତ ଶ୍ରୋତା ଙ୍କ ମନକୁ ଛୁଇଁ ପାରିଛି l ପ୍ରଥା ର “ଶିବ ଶଙ୍କର…” ଏବଂ “ହାଏ ରାମା…” ଗୀତ ଏଥର ଗଣେଶ ପୂଜା ଆଉ ଦଶହରା ମେଲୋଡି ବଜାର ରେ ହୁଲୁସ୍ତୁଲ କରିବ ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୋତାଙ୍କଠୁ ଶୁଣିବାକୁ ମିଳୁଛି l

ତେବେ ଆମ ମାଟିର ଏକ ମୌଳିକ କାହାଣୀକୁ ନେଇ ପ୍ରଯୋଜିକା ସନଲିଶା ପଟେଲ ଏବଂ ନିର୍ଦ୍ଦେଶକ କେ ମୁରଲୀ କ୍ରିଷ୍ଣା ନିର୍ମାଣ କରିଥିବା “ପ୍ରଥା” ଚଳଚ୍ଚିତ୍ର ସମସ୍ତ ଦର୍ଶକ ଦେଖନ୍ତୁ ସେଇ ପ୍ରଚେଷ୍ଟା ରେ ସମସ୍ତ ସହରରେ ଚଳଚ୍ଚିତ୍ର ପ୍ରଚାର ର ଏକ ଅଭିନଵ ପ୍ରୟାସ ଜାରି ରହିଛି l
a
ଏସ୍.ଏସ୍ ଟିଭି ରେ ପ୍ରଥା ର ଟ୍ରେଲର ଏବଂ ସମସ୍ତ ଗୀତ ଦେଖିପାରିବେ ଦର୍ଶକ l ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ବଲିଉଡ ଗାୟକ କ୍ରିଷ୍ଣା ବେଉରା, ହ୍ୟୁମାନ ସାଗର, ସତ୍ୟଜିତ ପ୍ରଧାନ, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା ଏବଂ ଅନ୍ତରା ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି l