ଭୁବନେଶ୍ୱର (ଆମ ଟିଭି): ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଦାବି । ଏହାରି ଭିତରେ ଏକ ବଡ଼ ଖବର ଆସି ପହଞ୍ଚୁଛି ଯେ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଓକିଲ ସଂଘର ଆନ୍ଦୋଳନ ପ୍ରସଙ୍ଗରେ ଆନ୍ଦୋଳନ ସ୍ଥଗିତ ରଖିବାକୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଗ୍ରହଣ କରିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ସୂଚନା ଦିଆଯାଇଛି। ଆନ୍ଦୋଳନ ସ୍ଥଗିତ ସହ ସୁପ୍ରିମକୋର୍ଟ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି କମିଟି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କମିଟି ଆଶାବାଦୀ ରହିଥିବା ପ୍ରକାଶ କରାଯାଇଛି।