ରାତି ପାହିଲେ ମା’ ଗଜଲକ୍ଷ୍ମୀଙ୍କ ପୂଜା

0

ଭୁବନେଶ୍ୱର(ଆମ ଟିଭି): ରାତି ପାହିଲେ ମା’ ଗଜଲକ୍ଷ୍ମୀଙ୍କ ପୂଜା। ମା’ଙ୍କ ଆବାହନକୁ ନେଇ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ।ବିଶେଷ କରି ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଉତ୍ସବମୁଖର ହୋଇ ଉଠିଛି।ରଙ୍ଗୀନ ତୋରଣ ସହ ମାଙ୍କ ସୁନ୍ଦର ମୂର୍ତ୍ତି କାର୍ୟ୍ୟ ଶେଷ ହୋଇଛି। ରାତି ପାହିଲେ ମା’ ଗଜଲକ୍ଷ୍ମୀଙ୍କ ପୂଜା କରାଯିବ।ଅନ୍ୟପଟେ, କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ।ତେଣୁ ଅକ୍ଟୋବର୨୮ ତାରିଖରେ ଚନ୍ଦ୍ରଗ୍ରହଣ ଯୋଗୁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ପୂଜାନୀତି।ଗ୍ରହଣର ଅବଧି ୧ ଘଣ୍ଟା୧୯ ମିନିଟ ୭ ସେକେଣ୍ଡ।

ଗ୍ରହଣ ସ୍ପର୍ଶ ସମୟ ଆରମ୍ଭ ହେବ ରାତି ଗୋଟାଏ ୪ମିନିଟ ୫୫ ସେକେଣ୍ଡରୁ।ସର୍ବମୋକ୍ଷ ରାତି ୨ଟା ୨୪ ମିନିଟ ୨ ସେକେଣ୍ଡ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ହେବ ପାକତ୍ୟାଗ। ଅର୍ଥାତ ଅପରାହ୍ନ ୪ଟା ସ ମିନିଟ ୫୫ ସେକେଣ୍ଡରୁ ରାତି ୨ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ପାକତ୍ୟାଗ ରହିଛି।

Leave A Reply

Your email address will not be published.