ନୂଆଦିଲ୍ଲୀ(ଆମ ଟିଭି): ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି। ବଢ଼ିଲା ପାରିଶ୍ରମିକ। କେନ୍ଦ୍ର ସରକାର ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାରିଶ୍ରମିକ ବଢ଼ାଇଛନ୍ତି। ଏଣିକି ନିର୍ମାଣ, ସଫେଇ, ଲୋଡିଂ ଅନଲୋଡିଂ ବର୍ଗର ଅଣକୁଶଳୀ ଶ୍ରମିକ ଦୈନିକ ୭୮୩ ଟଙ୍କାର ପାରିଶ୍ରମିକ ପାଇବେ।
ସେହିପରି ଏହି ବର୍ଗର ଅର୍ଧକୁଶଳୀ ଶ୍ରମିକ ଦୈନିକ ୮୬୮, କୁଶଳୀ ଶ୍ରମିକ ୯୫୪ ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକକୁ ୧ ହଜାର ୩୫ ଟଙ୍କାକୁ ବଢାଯାଇଛି। ଏହି ବୃଦ୍ଧି ଫଳରେ ଅଣ କୁଶଳୀ ଶ୍ରମିକ ଏଣିକି ମାସିକ ୨୦ ହଜାର ୩୫୮ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ୨୨ ହଜାର ୫୬୮, କୁଶଳୀ ୨୪ ହଜାର ୮୦୪ ଏବଂ ଉଚ୍ଚ କୁଶଳୀ ଶ୍ରମିକ ମାସିକ ୨୬ ହଜାର ୯୧୦ ଟଙ୍କା ପାଇବେ।