‘ପୁଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ବିଦ୍ୟାର୍ଥୀମାନଙ୍କୁ ବଣ୍ଟନ କାର୍ଯ୍ୟକ୍ରମ

0

ଭୁବନେଶ୍ୱର(ଆମ ଟିଭି): ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ପରାମର୍ଶକ୍ରମେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ଦ୍ୱାରା ଡକ୍ଟର ଆରତି କରଙ୍କ ବିରଚିତ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ଡିଏଭି ପୋଖରୀପୁଟର ଅଷ୍ଟମ ଓ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ବଣ୍ଟନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ନ୍ୟାସୀ ମଣ୍ଡଳର ସଭାପତି ସୀତାବଲ୍ଲଭ ମହାପାତ୍ର,ସାଧାରଣ ସମ୍ପାଦକ ପର୍ଶୁରାମ ଦ୍ବିବେଦୀ, ପୂଜ୍ୟପୂଜା ଓଡ଼ିଶାର ସଭାପତି ଶ୍ରୀ ବିରଜା ପ୍ରସାଦ ଶତପଥୀ , ବାର୍ତ୍ତା ସମ୍ପାଦକ ଶ୍ରୀ ରାମ ନାରାୟଣ ମିଶ୍ର , ଲେଖକ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ମିଶ୍ର ଉପସ୍ଥିତ ରହିଥିଲେ। ଲେଖିକା ଡକ୍ଟର ଆରତି କର ରଚିତ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ନ୍ୟାସୀ ମଣ୍ଡଳର କର୍ମକର୍ତ୍ତାଗଣଙ୍କ ଏତାଦୃଶ ମହତ୍ କାର୍ୟ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।ବରିଷ୍ଠ ଓଡ଼ିଆ ଶିକ୍ଷକ ଶ୍ରୀ ଶୁଭ୍ରାଂଶୁ ମୋହନ ଦାଶ ଓ ନରୋତ୍ତମ ଷଡ଼ଙ୍ଗୀ ଉକ୍ତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.