ନିର୍ଦ୍ଦୋଷରେ ଖଲାସ ହେଲେ ପପୁ ପମପମ୍ : ତାଙ୍କ ନାଁରେ ଥିଲା କାଷ୍ଟିଙ୍ଗ କାଉଚ ଅଭିଯୋଗ
ଭୁବନେଶ୍ୱର (ଆମ ଟିଭି): ବିବାଦ ଘେରରେ ରହିଥିବା ହାସ୍ୟ ଅଭିନେତା ପପୁ ପମପମଙ୍କୁ କ୍ଲିନ ଚିଟ । କିଛି ଦିନ ପୂର୍ବରୁ ତାଙ୍କ ନାଁରେ ହୋଇଥିବା କାଷ୍ଟିଙ୍ଗ କାଉଚ ମାମଲାରେ ପପୁଙ୍କୁ ଆଶ୍ୱସ୍ଥି ମିଳିଛି। ନିର୍ଦ୍ଦୋଷରେ ଖଲାସ ହେଲେ ଓଲିଉଡ ଷ୍ଟାର ପପୁ ପମପମ । ସ୍ୱତନ୍ତ୍ର ଫାଷ୍ଟଟ୍ରା କୋର୍ଟରେ ପପଙ୍କୁ ନିର୍ଦୋଷ ରେ ଖଲାସ କରାଯାଇଛି । ସୂଚନାମୁତାକବ ୬ମାସ ତଳେ ଜଣେ ନାବାଳିକା ପପୁଙ୍କ ନାମରେ ଅଭିଯୋଗ କରିଥିଲେ । ୨୦୧୬ ରେ ଏହି ମାମଲା ଆଣିଥିଲେ ନାବାଳିକା । ପପୁଙ୍କ ସହ ତାଙ୍କ ବନ୍ଧୁ ଗିଟୁ ମଧ୍ୟ ନିର୍ଦ୍ଦୋଷ ରେ ଖଲାସ କରାଯାଇଛି । ବର୍ତ୍ତମାନ ତାଙ୍କ ନାଁରେ ଆଉ କୌଣସି ମାମଲା ନାହିଁ ।
ନିର୍ଦ୍ଦେଶରେ ଖଲାସ ହେବା ପରେ ପ୍ରତିକ୍ରିୟା ଦେଲେ ପପୁ କହିଛନ୍ତି, ଲୋକ ସଫଳତା ପାଇବା ପରେ ତାଙ୍କୁ ଲୋକ ସହି ପାରନ୍ତି ନାହିଁ । କୋର୍ଟର ଅର୍ଡର ଆସିବା ଦିନ ହିଁ ମୁଁ କୋର୍ଟରେ ହାଜର ହୋଇଥିଲି । କିନ୍ତୁ କିଛି ଲୋକମୋ ଚରିତ୍ରରେ ଲାଞ୍ଚନା ଲଗାଇବାକୁ ଚାହୁଁଥିଲେ । ମୁଁ ଯେଉଁ ଚାପରେ ଥିଲି ତାହା କେବଳ ମୁଁ ହିଁ ଜାଣିଛି । କିନ୍ତୁ ଏହି ଘଟଣାରେ କୌଣସି ସତ୍ୟାସତ ନାହିଁ ଯାହା ଫଳରେ ମୁଁ ଆଜି ନିର୍ଦ୍ଦୋଷ ରେ ଖଲାସ ହୋଇଛି । ଏହା ସହିତ ମିଡିଆକୁ ସମାଲୋଚନା କରିଛନ୍ତି ପପୁ । କହିଛନ୍ତି ମୋର ଚରିତ୍ର କୁ ଖରାପ କରିବାରେ ମଧ୍ୟ ମିଡିଆର ହାତ ଅଛି ।
କୁଆ ଉଡିଆ କୁ ଛୁଆ ଉଡିବା କରିବାରେ ମିଡ଼ିଆ ଆଗରେ କହି ମିଡିଆକୁ କଟାକ୍ଷ କରିଛନ୍ତି ପପୁ । ଟଙ୍କାର ଲୋଭ ଦେଇ ମୁଁ ଝିଅର ମତ ବଦଳାଇବାକୁ ଚେଷ୍ଟା କରିଛି ବୋଲି ପପୁଙ୍କ ନାମରେ ଅଭିଯୋଗ ଆସିଥିଲା କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ପପୁ । କହିଛନ୍ତି ଟଙ୍କା ଦେଇଥିଲେ ମୁଁ ଗିରଫ ହୋଇ ନଥାଆନ୍ତି । ଏହି ଘଟଣା ପଛରେ ଆଉ କାହାର ହାତ ଅଛି ବୋଲି କହିଛନ୍ତି ପପୁ । ଏଭଳି ସଂଘାତିକ ଅଭିଯୋଗ ମଧ୍ୟ ସେ ଆଣିଛନ୍ତି । ତେଣୁ କେଉଁମାନେ ଏହାପଛରେ ଅଛନ୍ତି, ତାହା ସେ ସ୍ପଷ୍ଟ କହିନଥିଲେ ମଧ୍ୟ, ଏହା ଏକ ସୁପରିକଳ୍ପିତ ବୋଲି ପପୁ କହିଛନ୍ତି ।