ପୁରୀ ପୌରପାଳିକା ଫାଇନ ଦେଲା ୧୦ ଲକ୍ଷ, ଜାଣନ୍ତୁ କଣ ପାଇଁ

0

ଜଣେ ଶିଶୁକୁ କୁକୁର ଝୁଣି ଖାଇବା ନେଇ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ପୁରୀ ପୌରପାଳିକା। ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

୨୦୧୬ ମସିହାରେ ଡିସେମ୍ବର ମାସରେ ଏକ ୪ ବର୍ଷର ଶିଶୁ ପୁତ୍ରକୁ ବୁଲା କୁକୁର କାମୁଡି ମାରିଦେଇଥିଲା। ପର୍ଯ୍ୟଟନ ସହର ପୁରୀରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା। ଜଗନ୍ନାଥ କଲୋନୀ ଅଞ୍ଚଳରେ ନିଜ ଘର ବାଡିରେ ଖେଳୁଥିବା ବେଳେ ପିଲାଟି ବୁଲା କୁକୁରଙ୍କର ଶିକାର ହୋଇଥିଲା। ଗୁରୁତର ଅବସ୍ଥାରେ ପିଲାଟିକୁ ମେଡିକାଲ ନିଆଯାଇଥିବା ବେଳେ ତାର ମୃତ୍ୟୁ ହୋଇଥିଲା। ସହରରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢିଥିବା ବେଳେ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଥିଲା।

ଆବେଦନକାରୀ ବିଭୂତି ଚରଣ ମହାନ୍ତି କହିଛନ୍ତି, ୪ ବର୍ଷର ଶିଶୁକୁ ତା’ ମା’ ସାମ୍ନାରେ କୁକୁର ଶୁଣି ଖାଇବା ଖବର ମୁଁ ଖବର କାଗଜରୁ ପଢ଼ିଥିଲି। ପରେ ହାଇକୋର୍ଟରେ ଏନେଇ ପିଆଇଏଲ୍ ଫାଇଲ କରିଥିଲି। ପିଲାର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଁ ଆବେଦନ କରିଥିଲି।ହାଇକୋର୍ଟ ମଧ୍ୟ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଓକିଲ ରାଜ କିଶୋର ସ୍ୱାଇଁ କହିଛନ୍ତି, ଦେଶର ବିଭିନ୍ନ ଜଜମେଣ୍ଟକୁ ବିଚାର କରିଇଁ କୋର୍ଟ ୧୦ ଲକ୍ଷ ଟଙ୍କା ଦେବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Leave A Reply

Your email address will not be published.