ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ସମାରୋହକୁ ଐତିହାସିକ ବନାଇବାକୁ ଉତ୍ତରପ୍ରଦେଶ ସରକାର ଓ ଅଯୋଧ୍ୟା ପ୍ରଶାସନ ପୁରା ଦମରେ ଲାଗିଛନ୍ତି । ଶ୍ରୀରାମ ମନ୍ଦିରର ପ୍ରଥମ ମହଲା ସମ୍ପୂର୍ଣ୍ଣ ହୋଇଥିବାବେଳେ ଏବେ ଏହାକୁ ସଜ୍ଜିତ କରାଯାଉଛି । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟ ଯଜମାନ ଭାବେ ଚୟନ କରାଯାଇ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏପରିକି ରାମଲାଲାଙ୍କ ଭବ୍ୟ ମୂର୍ତ୍ତିକୁ ମଧ୍ୟ ଗର୍ଭ ଗୃହ ସିଂହାସନରେ ଅଧିଷ୍ଠିତ କରାଇବା ଦାୟିତ୍ୱ ମଧ୍ୟ ମୋଦୀଙ୍କୁ ଦିଆଯାଇଥିବା ସୂଚନା ରହିଛି ।
କିନ୍ତୁ ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବିରୋଧ କରିଛନ୍ତି ଏବଂ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବୁଧବାର ରତଲାମରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ତାଙ୍କୁ ଏନେଇ ପଚରାଯାଇଥିଲା । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ‘ ଅଯୋଧ୍ୟା ଶ୍ରୀରାମମନ୍ଦିରକୁ ମୋଦୀଜୀ ଲୋକାର୍ପଣ କରିବେ । ମୂର୍ତ୍ତିକୁ ସ୍ପର୍ଶ କରି ପ୍ରତିଷ୍ଠା କରିବେ । ମୁଁ କ’ଣ ସେଠି ଛିଡା ହୋଇ ତାଳି ମାରି ଜୟ ଜୟକାର କରିବି? ମୋ ପଦର ମଧ୍ୟ ମର୍ଯ୍ୟାଦା ରହିଛି ।