ପୁରୀ ଶ୍ରୀମନ୍ଦିରରେ ଠେଲାପେଲା; ୧୦ରୁ ଅଧିକ ହବିଷ୍ୟାଳୀ ଆହତ

0

ପୁରୀ (ଆମ ଟିଭି): କାର୍ତ୍ତିକ ମାସ ଯୋଗୁ ପୁରୀରେ ହବିଷ୍ୟାଳୀଙ୍କ ପ୍ରବଳ ଭିଡ ଲାଗିଛି । ଏହାରି ଭିତରେ ଏକ ଅଘଟଣ ସାମ୍ନାକୁ ଆସିଛି । ପୁରୀ ଶ୍ରୀମନ୍ଦିରରେ ଠେଲାପେଲା ଯୋଗୁଁ ୧୦ରୁ ଅଧିକ ହବିଷ୍ୟାଳୀ ଆହତ ହୋଇଛନ୍ତି। ମଙ୍ଗଳଆଳତୀ ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଏହି ଠେଲାପେଲା ହୋଇଥିଲା।

ଏଥିରେ ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ହବିଷ୍ୟାଳୀଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ଦର୍ଶନ ସମୟରେ ପ୍ରବଳ ଗହଳି ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହେଉଛି। ମଙ୍ଗଳାଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀଙ୍କୁ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା।

Leave A Reply

Your email address will not be published.