ଭାରତ ଗସ୍ତରେ ଆସୁଛନ୍ତି ପୁଟିନ; ଆସନ୍ତାକାଲି ସେ ନୂଆଦିଲ୍ଲୀରେ ପହଞ୍ଚିବେ

0

ନୂଆଦିଲ୍ଲୀ(ଆମ ଟିଭି): ଆସନ୍ତାକାଲି ଦୁଇ ଦିିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ। ତାଙ୍କ ଗସ୍ତ ସମୟରେ ଭାରତ ଓ ରୁଷ ମଧ୍ୟରେ ଅନେକ ଦ୍ଵିପାକ୍ଷିକ ଚୁକ୍ତି ହେବ। ବିଶେଷ କରି ପ୍ରତିରକ୍ଷା ସହଯୋଗ, ବାଣିଜ୍ୟ କାରବାର ଓ ତେଲ କିଣା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ପୁଟିନଙ୍କ ଗସ୍ତ ଆଗରୁ ଭାରତକୁ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଏକ ପ୍ରସ୍ତାବ ରୁଷର ସଂସଦରେ ପାରିତ ହୋଇଛି।

ରୁଷ ପକ୍ଷରୁ କୁହାଯାଇଛି, ଭାରତ ସହିତ ସଂପର୍କ ସାଧାରଣ ସଂପର୍କ ନୁହେଁ। ଏହା ବହୁତ ଦିନରୁ ରହି ଆସିଛି । ଆଗାମୀ ଦିନରେ ଏହା ଆହୁରି ସୁଦୃଢ଼ ହେବ। ସାମରିକ ଓ ବାଣିଜ୍ୟିକ ସହଯୋଗ ଆହୁରି ବଢ଼ିବ ବୋଲି କୁହାଯାଉଛି। ଟ୍ରମ୍ପଙ୍କ ଟ୍ରେଡ୍ ୱାର ଓ ଭାରତ ବିରୋଧରେ ଅତ୍ୟଧିକ ଟ୍ଯାକ୍ସ ଲାଗୁ କରିବା ପରେ ଭାରତ ଓ ରୁଷ ପରସ୍ପରର ଆହୁରି ନିକଟତର ହୋଇଛନ୍ତି।

Leave A Reply

Your email address will not be published.