କ୍ଷମତାରୁ ହଟିବେକି ପୁଟିନ, ଅଫିସରଙ୍କ ଚାଲିଛି ଯୋଜନା

0

 

ରୁଷ୍ ଦଖଲ କରିଥିବା ଖେରସନକୁ ଫେରାଇ ଆଣିବା ପାଇଁ ୟୁକ୍ରେନ୍ ଆପ୍ରାଣ ସଂଘର୍ଷ ଚଳାଇଥିବା ବେଳେ ବୁଡ଼ାନୋଭ ଏପରି ଦାବି କରିଛନ୍ତି। ସେ କହିଛନ୍ତି ଯେ ପୁଟିନଙ୍କ ସ୍ଥାନରେ କାହାକୁ ରାଷ୍ଟ୍ରପତି କରାଯିବ ସେ ନେଇ ରୁଷ୍ ଅଧିକାରୀମାନେ ବିଚାରବିମର୍ଶ ଚଳାଇଛନ୍ତି। ବୁଡ଼ାନୋଭ ପୁଣି କହିଛନ୍ତି ଯେ ସେପ୍ଟେମ୍ବର ମାସରେ ୟୁକ୍ରେନର ପ୍ରତିଆକ୍ରମଣରେ ରୁଷ୍ ପଛଘୁଞ୍ଚା ଦେଇଛି। ଏହାପରେ ଯୁଦ୍ଧ ହାରିବା ଭୟରେ ପୁଟିନ ହଜାର ହଜାର ସଂରକ୍ଷିତ ସୈନ୍ୟଙ୍କୁ ଯୁଦ୍ଧକୁ ପଠାଉଛନ୍ତି। ନିକଟରେ ୟୁକ୍ରେନ୍‌ର ୪୦ ପ୍ରତିଶତ ବିଦ୍ୟୁତ୍ ଭିତ୍ତିଭୂମିକୁ ବୋମାମାଡ଼ କରି ରୁଷ୍ ନଷ୍ଟ କରିଦେଇଛି। କିନ୍ତୁ ନଭେମ୍ବର ସୁଦ୍ଧା ୟୁକ୍ରେନ୍ ଖେରସନ ଅଞ୍ଚଳକୁ ପୁନର୍ଦଖଲ କରିବ ବୋଲି ସେ ଦୃଢ଼ତା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.