ମୋଦୀଙ୍କ ପ୍ରଶଂସାରେ ପୁଣି ପୁଟିନ
ନୂଆଦିଲ୍ଲୀ: ଖୁବ୍ ଜ୍ଞାନୀ ବ୍ୟକ୍ତି ବୋଲି କହି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି।
ରୁଷୀୟ ‘ନିଉଜ୍ ପ୍ଲାଟ୍ଫର୍ମ’ ‘ଆର୍.ଟି. ନିଉଜ୍’ ସେୟାର୍ କରିଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତ କରିଥିବା ଉଲ୍ଲେଖନୀୟ ବିକାଶ ପ୍ରସଙ୍ଗରେ ରାଷ୍ଟ୍ରପତି ପୁଟିନ୍ କହୁଥିବା ଶୁଣାଯାଉଛି।
ପୁଟିନ୍ କହିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆମର ରାଜନୈତିକ ସମ୍ପର୍କ ଖୁବ୍ ଉତ୍ତମ। ସେ ଖୁବ୍ ବିଜ୍ଞ ବ୍ୟକ୍ତି। ତାଙ୍କ ନେତୃତ୍ବରେ ଭାରତ ବିକାଶ କ୍ଷେତ୍ରରେ ଭଲ ଅଗ୍ରଗତି କରୁଛି। କାର୍ଯ୍ୟ କରିବା ପାଇଁ ଏଭଳି ‘ଆଜେଣ୍ଡା’ ଉଭୟ ଭାରତ ଓ ରୁଷ୍ ପାଇଁ ଅନୁକୂଳ ହୋଇପାରିଛି।