ଭାରତର ସଫଳତା ପାଇଁ ମୋଦୀଙ୍କୁ ପ୍ରଶଂସା କଲେ ପୁଟିନ

0

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଏବଂ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦୁଇ ନେତାଙ୍କ ମଧ୍ୟରେ ଟେଲିଫୋନ ଜରିଆରେ ବାର୍ତ୍ତାଳାପ ସମୟରେ ପୁଟିନ ମୋଦୀଙ୍କ କାର୍ଯ୍ୟଶୈଳୀ ବେଶ ଉଚ୍ଚକୋଟୀର ବୋଲି କହିଛନ୍ତି। ଭାରତ ବାହ୍ୟ ପ୍ରଭାବରୁ ମୁକ୍ତ ରହି ଆର୍ଥିକ ଅଭିବୃଦ୍ଧିରେ ରେକର୍ଡ ହାସଲ କରିଛି ବୋଲି ପୁଟିନ କହିଛନ୍ତି।

ପୁଟିନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵ ଅଧୀନରେ ଭାରତ ସମ୍ପୂର୍ଣ୍ଣ ଭାବେ ସ୍ଵତନ୍ତ୍ର, ସର୍ବଭୌମତ୍ଵ ନୀତି ଆପଣାଇଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ଆର୍ଥିକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ବିଶ୍ଵର ବଡ଼ ବଡ଼ ଅର୍ଥନୀତି ତୁଳନାରେ ଭାରତ ଉଚ୍ଚକୋଟୀର ଅଭିବୃଦ୍ଧି ହାସଲ କରିଛି।

ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ରୁଷର ଏକ ଟେଲିଭିଜନ ଚ୍ୟାନେଲରେ ରିପୋର୍ଟ ପ୍ରସାରଣ କରାଯାଇଛି। ମୋଦୀଙ୍କ ଜନ୍ମଦିବସରେ ପୁଟିନ ଟେଲିଗ୍ରାମରେ ଏକ ଶୁଭେଚ୍ଛା ବାର୍ତ୍ତା ଦେବାର କିଛି ସମୟ ମଧ୍ୟରେ ମୋଦୀ ତାଙ୍କୁ ଫୋନ କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଏପରି ବାର୍ତ୍ତାଳାପ ହୋଇଥିଲା।

Leave A Reply

Your email address will not be published.