ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ଦେଲେ ପୁଟିନ୍

0

ମସ୍କୋ (ଆମ ଟିଭି): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ୭ ମାସ ଧରି ଜାରି ରହିଥିବା ବେଳେ ପୁଣି ଆସିଛି ଏକ ବଡ଼ ଖବର । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସବୁଠାରୁ ବଡ଼ ଧମକ ଦେଇଛନ୍ତି। ନିଜ ଦେଶର ଅଖଣ୍ଡତା ଓ ଲୋକଙ୍କ ସୁରକ୍ଷା ପାଇଁ ପୁଟିନ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେବା ପରେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।

ଯୁଦ୍ଧର ୭ ମାସ ମଧ୍ୟରେ ପୁଟିନଙ୍କର ଏହା ସବୁଠାରୁ ବଡ଼ ଧମକ ବୋଲି କୁହାଯାଉଛି। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଟିନ ପ୍ରଥମଥର ପାଇଁ ରୁଷରେ ବିପୁଳ ପରିମାଣର ସୈନ୍ୟ ସଞ୍ଚାଳନ ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ହମଲା ପୂର୍ବରୁ ଏପରି ସୈନ୍ୟ ସଞ୍ଚାଳନ କରାଯାଇଥାଏ। ତେଣୁ ପୁଟିନ ବଡ଼ଧରଣର ହମଲା ପାଇଁ ପ୍ରସ୍ତୁତ ହେଉଥିବା ଆଶଙ୍କା କରାଯାଉଛି।
ଆଜି ଦେଶବାସୀଙ୍କୁ ଟିଭି ଜରିଆରେ ସମ୍ବୋଧନ କରି ପୁଟିନ କହିଛନ୍ତି, ଯଦି ଆମ ଦେଶର ଆଭ୍ୟନ୍ତରୀଣ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବ, ତା’ହେଲେ ଆମେ ନିଃସନ୍ଦେହରେ ସବୁ ପ୍ରକାରର ପଦକ୍ଷେପ ଓ ବିକଳ୍ପ ବ୍ୟବହାର କରିବାକୁ ପଛାଇବୁ ନାହିଁ।

ଏହାକୁ କେହି ତୁଚ୍ଛା ଭାଷଣ କିମ୍ବା ହାଲୁକା ଭାବେ ବିବେଚନା କରନ୍ତୁ ନାହିଁ। ରୁଷ ଓ ଏହାର ଲୋକଙ୍କ ସୁରକ୍ଷା ପାଇଁ ଆମେ କିଛି ବି କରିପାରିବୁ। ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନ ଜରିଆରେ ରୁଷକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଆମକୁ ପରମାଣୁ ଅସ୍ତ୍ର ଦ୍ୱାରା ବ୍ଲାକମେଲ କରୁଛନ୍ତି। ଆମେରିକା, ବ୍ରିଟେନ ଓ ୟୁରୋପ ୟୁନିୟନ ପରୋକ୍ଷରେ ରୁଷରେ ମିଲିଟାରୀ ଅପରେସନ ପାଇଁ ୟୁକ୍ରେନକୁ ଉସକାଇବାରେ ଲାଗିଛନ୍ତି।

Leave A Reply

Your email address will not be published.