ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବେନି ପୁଟିନ୍
ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେବାକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର କୌଣସି ଯୋଜନା ନାହିଁ। କ୍ରେମଲିନକୁ ଉଦ୍ଧୃତ କରି ରଏଟର୍ସ ଏହି ସୂଚନା ଦେଇଛି। ଏ୨୦ ସମ୍ମିଳନୀ ଭାରତ ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ଭାରତରେ ଅନୁଷ୍ଠିତ ହେବ । ଋଷର ରାଷ୍ଟ୍ରପତି ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବରରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ପାଇଁ ଯୋଜନା କରୁନାହାଁନ୍ତି। ଏକ ବିଶେଷ ସାମରିକ ଅପରେସନ୍ ଉପରେ ତାଙ୍କର ଧ୍ୟାନ ରହିଛି।
ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି
ୟୁକ୍ରେନରେ ପୁଟିନଙ୍କୁ ଯୁଦ୍ଧ ଅପରାଧ ବୋଲି ଅଭିହିତ କରି ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ତେବେ ଏହି ଅଭିଯୋଗକୁ କ୍ରେମଲିନ୍ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଏହାର ଅର୍ଥ ହେଉଛି ଭ୍ଲାଡିମିର ପୁଟିନ ବିଦେଶ ଯାତ୍ରା କରିବା ସମୟରେ ଗିରଫ ହେବାର ଆଶଙ୍କା ରହିଛି।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ରିକ୍ସ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରାଯାଇଥିଲା
ଏହି କାରଣରୁ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ନେତାଙ୍କ ଏକ ବୈଠକରେ ବ୍ୟକ୍ତିଗତ ଭାବେ ନୁହେଁ, ବରଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ପାଶ୍ଚାତ୍ୟ ଦେଶଗୁଡିକୁ ୟୁକ୍ରେନର ଡୋନବାସ ଅଞ୍ଚଳରେ ରହୁଥିବା ଲୋକଙ୍କ ବିରୋଧରେ ଯୁଦ୍ଧ ଚଳାଇଥିବାର ଅଭିଯୋଗ କରି କହିଥିଲେ ଯେ ଋଷର ସ୍ୱତନ୍ତ୍ର ସାମରିକ ଅପରେସନ ସେହି ଯୁଦ୍ଧକୁ ଶେଷ କରିବା ପାଇଁ ଉଦ୍ଦିଷ୍ଟ।