ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ

0

ଭୁବନେଶ୍ୱର(ଆମ ଟିଭି): ବଦଳିଲେ ଓଡ଼ିଶାର ରାଜ୍ୟପାଳ । ଗଣେଶୀ ଲାଲଙ୍କ ସ୍ଥାନ ନେବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ । ଗତ ମେ’ ମାସ ୩୦ ତାରିଖରୁ ଗଣେଶୀ ଲାଲଙ୍କ କାର୍ୟ୍ୟକାଳ ଶେଷ ହୋଇଛି । କାର୍ୟ୍ୟକାଳ ଶେଷ ହୋଇଥିଲେ ବି ଅଧିକ ୫ ମାସ ଧରି ଦାୟିତ୍ୱରେ ଅଛନ୍ତି ପ୍ରଫେସର ଗଣେଶୀ ଲାଲ । ଏବେ ସେ କାର୍ୟ୍ୟକାରୀ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏବେ ରଘୁବରଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୩ ମେ’ ୧୯୫୫ରେ ଛତିଶଗଡ଼ରେ ରଘୁବର ଦାସଙ୍କ ଜନ୍ମ । ୧୯୭୭ରେ ସେ ବିଜେପିର ସଦସ୍ୟ ହୋଇଥିଲେ । ୧୯୮୦ରେ ସକ୍ରିୟ ରାଜନୀତିକୁ ଆସି ବିଜେପିରେ ସାମିଲ ହୋଇଥିଲେ । ୧୯୯୫ରେ ପ୍ରଥମ ଥର ଜାମସେଦପୁର ପୂର୍ବ ଆସନରୁ ବିଧାୟକ ହୋଇଥିଲେ । ଏହା ପରେ ୫ଥର ଲଗାତର ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୪ରୁ ୨୦୧୯ ପର୍ୟ୍ୟନ୍ତ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ପୂର୍ବରୁ ସେ ଝାଡଖଣ୍ଡ ବିଜେପିର ଦୁଇ ଥର ରାଜ୍ୟ ସଭାପତି ନିଯୁକ୍ତ ହୋଇଥିଲେ । ଏବେ ସେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଅଛନ୍ତି ।

 

Leave A Reply

Your email address will not be published.