ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏପରି କହିଲେ ଉପରାଷ୍ଟ୍ରପତି

0

ନୂଆଦିଲ୍ଲୀ (ଆମ ଟିଭି): ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମ ନ ନେଇ ସେ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦରେ ମାଇକ୍ ବନ୍ଦ ହୋଇଯାଇଛି ବୋଲି କିଛି ଲୋକ ଅଭିଯୋଗ କରୁଛନ୍ତି, ଏହାଠାରୁ ବଡ଼ ମିଛ ଆଉ କିଛି ହୋଇପାରିବ ନାହିଁ।

ମିରଟର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦ ମହାକୁମ୍ଭକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଧନଖର କହିଛନ୍ତି, ଗଣତନ୍ତ୍ରର ମନ୍ଦିରଗୁଡ଼ିକୁ ଏଭଳି ଅସମ୍ମାନ କରାଯାଉଥିବା ଆମେ ଦେଖିପାରିବୁ ନାହିଁ। ଗଣତନ୍ତ୍ରର ମନ୍ଦିରର ମର୍ଯ୍ୟାଦାକୁ ହ୍ରାସ କରିବାକୁ ଦିଆଯାଇ ପାରିବ ନାହିଁ । ଆମେ କେବଳ ସର୍ବବୃହତ୍ ଗଣତନ୍ତ୍ର ନୁହଁ, ଆମେ ଗଣତନ୍ତ୍ରର ମା’ ମଧ୍ୟ।

ରାହୁଲ ଗାନ୍ଧିଙ୍କ ନାମ ନ ନେଇ ଉପରାଷ୍ଟ୍ରପତି କହିଛନ୍ତି, କିଛି ଲୋକ ଅଭିଯୋଗ କରନ୍ତି ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦରେ ମାଇକ୍ ବନ୍ଦ ହୋଇଯାଇଛି। ଏହାଠାରୁ ବଡ଼ ଆଉ କିଛି ହୋଇନପାରେ।

Leave A Reply

Your email address will not be published.