ବର୍ଷାକୁ ଖାତିର ନକରି କର୍ମୀଙ୍କୁ ଭାଷଣ ଦେଲେ ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ  ଜାରି ରହିଛି। ଭାରତ ଯୋଡୋ ଯାତ୍ରାରେ ବାହାରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିଦିନ ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ୱୋଧିତ କରୁଛନ୍ତି । ଏବେ ଏହି ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି । ରବିବାର କର୍ଣ୍ଣାଟକରେ ଯାତ୍ରାର ଥିଲା ତୃତୀୟ ଦିନ । କର୍ଣ୍ଣାଟକରେ ଯାତ୍ରାର ତୃତୀୟ ଦିନରେ ମହୀଶୁରରେ ରାହୁଲ ଗାନ୍ଧୀଙ୍କ କିଛି ଭିନ୍ନ ରୂପ ଦେଖିବାକୁ ମିଳିଛି । ଏଠାରେ ପ୍ରବଳ ବର୍ଷାରେ ରାହୁଲ ଗାନ୍ଧୀ ଜନସଭାକୁ ସମ୍ୱୋଧିତ କରୁଥିବା ଦେଖିବାକୁ ମିଳିଛି ।

୨୦୧୯ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଏନସିପି ମୁଖ୍ୟ ଶରଦ ପାୱାର ସତାରାରେ ଏକ ଜନସଭାକୁ ସମ୍ୱୋଧିତ କରୁଥିଲେ । ଏହି ସମୟରେ ପ୍ରବଳ ବର୍ଷ ହୋଇଥିଲା, କିନ୍ତୁ ଶରଦ ପାୱାର ବର୍ଷାରେ ଓଦା ହୋଇ ଜନସଭାକୁ ସମ୍ୱୋଧିତ କରିଥିଲେ । ଏପରିକି ସେ ଛତା ନେବାକୁ ମଧ୍ୟ ମନା କରିଥିଲେ। ଏବେ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ଠିକ୍ ସମାନ ଘଟଣା ଘଟିଛି । ରାହୁଲ କହିଛନ୍ତି, ଭାରତକୁ ଏକଜୁଟ୍ କରିବାରେ, ଆମକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ। 

Leave A Reply

Your email address will not be published.