ରାହୁଲ ଗାନ୍ଧୀ ଘୃଣାର ରାଜନୀତି ଆରମ୍ଭ କରିଛନ୍ତି: ଅମିତ ଶାହ

0

ରାହୁଲ ଗାନ୍ଧୀ ଘୃଣାର ରାଜନୀତି ଆରମ୍ଭ କରିଛନ୍ତି । ଆଜି(ଶୁକ୍ରବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୌହ୍ୱାଟିରେ ଏକ ସଭାରେ କିଛି ଏଭଳି କହି ବିରୋଧୀଙ୍କ ସମାଲୋଚନା କରିଛନ୍ତି । ନରେନ୍ଦ୍ର ମୋଦୀଙ୍କୁ ନେଇ କୁହାଯାଇଥିବା ଅପଶବ୍ଦର ଦୃଢ଼ ନିନ୍ଦା କରିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି ଯେ ଆପଣ ଯେତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଅପଶବ୍ଦ କହିବେ, ପଦ୍ମ ସେତେ ଅଧିକ ଫୁଟିବ । ବର୍ତ୍ତମାନ ଅମିତ ଶାହ ଆସାମ ଗସ୍ତରେ ଅଛନ୍ତି । ସେ ଗୁୱାହାଟିରେ ରାଜଭବନର ନବନିର୍ମିତ ବ୍ରହ୍ମପୁତ୍ର ୟୁନିଟ୍ ଉଦଘାଟନ କରିଛନ୍ତି ।

ଅମିତ ଶାହ କହିଛନ୍ତି, “ମଞ୍ଚରୁ ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ଘୃଣାର ନିମ୍ନ ସ୍ତର ଖସି ଯାଇଛନ୍ତି ତାହା ନନ୍ଦନୀୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କ ପାଇଁ କୁହାଯାଇଥିବା ଅପଶବ୍ଦକୁ ମୁଁ ନିନ୍ଦା କରୁଛି । ଏହି ଘୃଣାର ରାଜନୀତି ରାହୁଲ ଗାନ୍ଧୀଙ୍କ ସାର୍ବଜନୀନ ଜୀବନ ଉପରେ ପ୍ରଭାବ  ପକାଇଦେବ । ପ୍ରଧାନମନ୍ତ୍ରୀ ମୋଦୀ ଯେବେଠାରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେବେଠାରୁ ସୋନିଆ ଗାନ୍ଧୀ ଏବଂ ଅନ୍ୟମାନେ ଯାହା ଇଚ୍ଛା ସଇୟା କହୁଛନ୍ତି । ଏହିଭଳି ଭାଷାରେ ଆପଣଙ୍କୁ ଜନାଦେଶ ମିଳିବ କି, ବାରମ୍ବାର ଏମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି, କିନ୍ତୁ ଏମାନଙ୍କୁ ବୁଝାପଡ଼ୁନାହିଁ ।”

Leave A Reply

Your email address will not be published.