ଭୁବନେଶ୍ବର ଆସୁଛନ୍ତି ରାହୁଲ ଗାନ୍ଧୀ, ଘୋଷଣା ହେଲା ତାରିଖ

0

ଭୁବନେଶ୍ୱର(ଆମ ଟିଭି): ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ତାରିଖ ଘୋଷଣା କରିଯାଇଛି। ସେହି ଅନୁସାରେ ଚଳିତ ମାସ ଜୁଲାଇ ୧୧ ତାରିଖରେ ସେ ଓଡିଶା ଆସିବେ। ତାଙ୍କ ସହିତ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) କେ ସି ବେଣୁଗୋପାଳ ମଧ୍ୟ ଆସୁଛନ୍ତି।

ଏହି ଦୁଇ ପ୍ରମୁଖ ନେତା ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ “ସମ୍ବିଧାନ ବଞ୍ଚାଓ” ସମାବେଶରେ ଯୋଗ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ପ୍ରଦାନ କରିଛନ୍ତି। ଏଥି ନେଇ କଂଗ୍ରେସ ଭବନରେ ପରିବର୍ଦ୍ଧିତ ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପିସିସି ସଭାପତିଙ୍କ ସହ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ରାହୁଲ ଗାନ୍ଧୀଙ୍କ ସମାବେଶ କିପରି ସଫଳ ହୋଇପାରିବ ସେଥିପାଇଁ ସୁଚିନ୍ତିତ ମତାମତ ଦେଇଥିଲେ।

Leave A Reply

Your email address will not be published.