ରାହୁଲ ଗାନ୍ଧୀ ଭାରତର ଭବିଷ୍ୟତ: ଭକ୍ତ ଚରଣ ଦାସ

0
ଭୁବନେଶ୍ୱର (ଆମ ଟିଭି):  ଭୁବନେଶ୍ୱରରେ ଆୟୋଜିତ ‘ସମ୍ବିଧାନ ବଚାଓ ସମାବେଶ’ରେ ଅଭିଭାଷଣ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହେଉଛନ୍ତି ଭାରତର ଭବିଷ୍ୟତ । ଭକ୍ତ ଦାସ କହିଛନ୍ତି ଯେ ରାହୁଲ ଗାନ୍ଧୀ, ଯୁବ ବର୍ଗ ଓ ଛାତ୍ରଙ୍କ ପ୍ରେରଣାର ଉତ୍ସ, ଶ୍ରମିକଙ୍କ ସହ ମିଶି ଲଢ଼େଇ କରୁଥିବା ଟାଣୁଆ ନେତା, ଚାଷୀଙ୍କ ଅଧିକାର ପାଇଁ ଲଢ଼ି ଆସୁଥିବା ସେହି ମହାନ ନେତା ହେଉଛନ୍ତି ଦେଶର ଭବିଷ୍ୟତ ।
 
ଏହି ସମାହାରରେ ଦଳର ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ସେ ପୁଣି କହିଛନ୍ତି ଯେ ରାହୁଲ ଗାନ୍ଧୀ, ଭାରତ ଯୋଡ ଯାତ୍ରା ମାଧ୍ୟମରେ କନ୍ୟା କୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ମାତାଙ୍କ କୋଳରେ ୪୦୦୦ କିଲୋ ମିଟର ଚାଲି ଚାଲି ଲୋକଙ୍କ ମଧ୍ୟରେ ବିଶ୍ୱାସର ଭାବନା ସ୍ଥାପନ କରିଛନ୍ତି । ମୋଦି ଏବଂ ତାଙ୍କ ସରକାର ଦ୍ୱାରା ସୃଷ୍ଟି ହୋଇଥିବା ଭୟକୁ ଲୋକଙ୍କ ମନରୁ ବାହାର କରି ଫିଙ୍ଗିଛନ୍ତି ।
 
କହିରଖୁଛୁ ଯେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆଜି ଭୁବନେଶ୍ୱରରେ ‘ସମ୍ବିଧାନ ବଚାଓ ସମାବେଶ’ରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛନ୍ତି । ବୈଠକରେ ଦଳର ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେଣୁଗୋପାଳ, ସମସ୍ତ ଦଳର ବିଧାୟକ, କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ମୁଖ୍ୟମନ୍ତ୍ରୀ, ପିସିସି ସଭାପତି, ମନ୍ତ୍ରୀ, ରାଜ୍ୟର ଅନେକ ବରିଷ୍ଠ ନେତା ତଥା କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏବଂ ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ ।
Leave A Reply

Your email address will not be published.