ରାହୁଲ ଗାନ୍ଧୀ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ

0

ନୂଆଦିଲ୍ଲୀ (ଆମ ଟିଭି): ଗୋଟିଏ ପଟେ ସାରା ଦେଶରେ କଂଗ୍ରେସ ତଳିତଳାନ୍ତ ହେବାକୁ ଯାଉଥିବା ବେଳେ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଯାତ୍ରା । ସେପଟେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ, ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଏହାରି ଭିତରେ ପୁଣି ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତୁତି ଚାଲିଛି । ରାଜସ୍ଥାନ ପରେ ଏବେ ଛତିଶଗଡ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧିଙ୍କୁ ପାର୍ଟି ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଗୃହୀତ କରିଛି। ଏଥିଲାଗି ରବିବାର ଛତିଶଗଡ଼ କଂଗ୍ରେସର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି। ଏ ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯେ ଦୁଇଟି ରାଜ୍ୟରେ ଏହି ପ୍ରସ୍ତାବ ପାସ୍ ହୋଇଛି। ଯଦି ଏହି ପ୍ରସ୍ତାବ ଅନ୍ୟ ରାଜ୍ୟମାନଙ୍କରୁ ଆସିବ ତେବେ ଏ ବାବଦେ ରାହୁଲ ଗାନ୍ଧି ପୁନର୍ବିଚାର କରିବାକୁ ବାଧ୍ୟ ହେବେ ।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୨୧ ବର୍ଷ ପରେ କଂଗ୍ରେସର ନୂଆ ସଭାପତି ଚୟନ ଲାଗି ନିର୍ବାଚନ ହେବାକୁ ଯାଉଛି। ଏ ନେଇ ଘୋଷଣା ହୋଇଥିବା ନିର୍ବାଚନ କାର୍ୟ୍ୟ ସୂଚୀ ଅନୁଯାୟୀ ନୋମିନେସନ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ। ଭୋଟ ଗ୍ରହଣ ଅକ୍ଟୋବର ୧୭ ତାରିଖରେ ହେବ। ଏହା ସହ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ ଅକ୍ଟୋବର ୧୯ ତାରିଖ ଦିନ ଭୋଟଗଣନା ପରେ ସାମ୍ନାକୁ ଆସିଯିବ। ସ୍ୱାଧୀନତାର ୭୫ ବର୍ଷରୁ କଂଗ୍ରେସର ସଭାପତି ପଦ ଦୀର୍ଘ ୪୦ ବର୍ଷ ଧରି ନେହେରୁ ଗାନ୍ଧି ପରିବାରରେ ଥିଲା। ବାକି ୩୫ ବର୍ଷ ଦଳର ଅନ୍ୟ ନେତାଙ୍କ ଦ୍ୱାରା ପରିଚାଳିତ ହୋଇଛି।

Leave A Reply

Your email address will not be published.