୨ ଦିନିଆ ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ (ଆମ ଟିଭି): ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଇମ୍ଫାଲରେ ପହଂଚିଛନ୍ତି । ସେ ଗୁରୁବାର ସକାଳେ ଦିଲ୍ଲୀରୁ ବିମାନ ଯୋଗେ ମଣିପୁର ଗସ୍ତ କରିଥିଲେ । ୨୯ ଓ ୩୦ ତାରିଖ ଦୁଇଦିନ ଧରି ସେ ମଣିପୁରରେ ରହିଛି । ସେଠାରେ ସେ ଆଶ୍ରୟ ସ୍ଥଳରେ ଥିବା ହିଂସା ପୀଡିତଙ୍କ ସମସ୍ୟା ବାବଦରେ ବୁଝିବେ । ଏହା ବ୍ୟତୀତ ରାହୁଲ ଗାନ୍ଧୀ ମଣିପୁରର ରାଜଧାନୀ ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟିର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।

ସୂଚନା ଥାଉକି ମଣିପୁରରେ ଦୀର୍ଘ ୫୮ ଦିନ ହେବ ହିଂସା ଜାରି ରହିଛି । ଜାତିଗତ ହିଂସାରେ ଏପର୍ୟ୍ୟନ୍ତ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ସଂଖ୍ୟାର ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଣିପୁର ଗସ୍ତ କରିଥିଲେ । ସେଠାରେ ସେ ଆଶ୍ରୟସ୍ଥଳକୁ ଯାଇ ହିଂସା ପୀଡିତଙ୍କ ସହ ଆଲୋଚନା କରିଥିଲେ । ଏହାସହ ଗୋଟିଏ ସପ୍ତାହ ପୂର୍ବରୁ ଗୃହମନ୍ତ୍ରୀ ଦିଲ୍ଲୀରେ ମଣିପୁର ହିଂସାକୁ ନେଇ ଏକ ସର୍ବଦଳୀୟ ବୈଠକ କରିଥିଲେ ।

 

 

 

 

Leave A Reply

Your email address will not be published.