ଗୋଆରୁ କୁକୁର ନେଇ ଫେରିଲେ ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ: ଗୋଆରୁ ଦିଲ୍ଲୀ ଫେରିଥିବା ରାହୁଲ୍‌ ଗାନ୍ଧୀ ସାଥିରେ ଗୋଟାଏ ୩ ମାସର ‘ଜ୍ୟାକ୍‌ ରସେଲ୍‌ ଟେରିୟର୍‌’ କୁକୁରଛୁଆ ଆଣିଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ବୁଧବାର ରାତିରେ ଗୋଆରେ ପହଞ୍ଚି ଗୁରୁବାର ସକାଳେ ଦିଲ୍ଲୀ ଫେରି ଆସିଥିଲେ।

ସ୍ବାମୀ ଷ୍ଟେନ୍‌ଲି ବ୍ରାଗାଞ୍ଚାଙ୍କ ସହିତ ମିଶି ଉତ୍ତର ଗୋଆ ଅନ୍ତର୍ଗତ ମାପୁସା ସହରରେ କୁକୁର ପାଳନ କରୁଥିବା ଶିବାନୀ ପିତ୍ରେ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି ଯେ, ଗାନ୍ଧୀ ଦୁଇଟି କୁକୁରଛୁଆ ପସନ୍ଦ କରିଥିଲେ, ଗୋଟାଏ ସାଥିରେ ନେଇ ଯାଇଛନ୍ତି। ଆର କୁକୁରଛୁଆଟିକୁ ପରେ ତାଙ୍କ ପାଖକୁ ପଠାଇ ଦିଆଯିବ।

ପିତ୍ରେ କହିଛନ୍ତି, କୁକୁରଛୁଆ ବିଷୟରେ ବୁଝାବୁଝି କରିବା ଲାଗି ଆଗରୁ ଗାନ୍ଧୀ ଲୋକ ପଠାଇଥିଲେ। କିନ୍ତୁ, ନିଆଯିବା ପୂର୍ବରୁ ନିଜେ ଆସି କୁକୁରଛୁଆଗୁଡ଼ିକୁ ଦେଖିବାକୁ ଇଚ୍ଛା କରିଥିଲେ।

Leave A Reply

Your email address will not be published.