ଅଧାରାସ୍ତାରେ ଗାଡି ଅଟକାଇ ଚପଲ ସିଲାଇ କଲେ ରାହୁଲ ଗାନ୍ଧୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

0

ନୂଆଦିଲ୍ଲୀ (ଆମ ଟିଭି):  ସୁଲତାନପୁରରେ ରାହୁଲ ଗାନ୍ଧୀ କୋର୍ଟରୁ ବାହାରିବା ସମୟରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । କୋର୍ଟରୁ ବାହାରିବା ପରେ ସିଧା ଯାଇ ନିକଟରେ ଥିବା ଏକ ଜୋତା ସିଲେଇ ଦୋକାନରେ ପହଂଚିଥିଲେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ।

ଦୋକାନୀଙ୍କ ସହ ଅନେକ ସମୟ କଥା ହେବା ପରେ ତାଙ୍କ ଠାରୁ ନେଇଥିଲେ ପ୍ରଶିକ୍ଷଣ । ଏବଂ ଶେଷରେ ନିଜ ଜୋତା ବି ସିଲେଇ କରିଥିଲେ ରାହୁଲ ଗାନ୍ଧୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇ ନିଜ ଅନୁଭୂତି ବଖାଣିଛନ୍ତି ଜୋତାଦୋକାନୀ ଜଣକ ।

Leave A Reply

Your email address will not be published.