ନୂଆଦିଲ୍ଲୀ (ଆମ ଟିଭି): ଆମେଠେୀରେ ନିର୍ବାଚନ ଲଢିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିବେ । ଏଭଳି କିଛି ସୂଚନା ଦିଆଯାଇଛି କଂଗ୍ରେସ ପକ୍ଷରୁ । ୱାୟାନାଡ ପରେ ଆମେଠୀରେ ରାହୁଲ ପ୍ରତିନ୍ଦ୍ୱନ୍ଦିତା କରୁଥିବା ନେଇ ଆଲୋଚନା ହୋଇଛି । କଂଗ୍ରେସ ସୁତ୍ର ଅନୁଯାୟୀ ରାହୁଲ ଗାନ୍ଧି ରାମଲାଲାଙ୍କୁ ଦର୍ଶନ କରିବେ । ତେବେ ସେ କେଉଁଦିନ ଦର୍ଶନ କରିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ସହ ଯାଇ ରାମଲାଲାଙ୍କୁ ଦର୍ଶନ କରିବେ ଆସନ୍ତାକାଲି ୱାୟାନାଡରେ ଭୋଟ୍ ଦେବା ପରେ ରାହୁଲଙ୍କ ନାମ ଘୋଷଣା କରାଯାଇପାରେ । ଏହା କଂଗ୍ରେସ ପକ୍ଷରୁ କୁହାଯାଇଛି ।
ସେପଟେ ବିଜେପିର ସ୍ମୃତି ଇରାନୀ ସୋମବାର ଦିନ କହିଛନ୍ତି ଯେ ରାହୁଲ ଗାନ୍ଧୀ ୨୬ ଏପ୍ରିଲରେ ୱାୟନାଡରେ ଭୋଟ୍ ଦେବା ପରେ ଆମେଠୀକୁ ଆସିବେ। ସ୍ମୃତି କହିଛନ୍ତି ଯେ ଜାତି ନାମରେ ଲୋକଙ୍କୁ ଭାଗ କରିବା ସହିତ ରାହୁଲ ମନ୍ଦିରରୁ ମନ୍ଦିରକୁ ଯିବେ। ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ତତ୍କାଳୀନ ସାଂସଦ ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଆମେଠୀରୁ ପରାସ୍ତ କରିଥିଲେ।