ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପାଟନା ହାଇକୋର୍ଟରେ ସାମୟିକ ଆଶ୍ବସ୍ତି ମିଳିଛି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ୨୦୧୯ ମସିହାର ଏ ସଂକ୍ରାନ୍ତ ମାମଲାରେ ଯେଉଁ ଆପରାଧିକ ମାନହାନି ମାମଲା ରୁଜୁ କରିଥିଲେ ସେଥିରେ ରାହୁଲଙ୍କୁ ପାଟନା ଏମ୍‌ପି /ଏମଏଲ୍‌ଏ କୋର୍ଟରେ ମଙ୍ଗଳବାର ଦିନ ହାଜର ହେବାପାଇଁ ସମନ୍‌ କରାଯାଇଥିଲା। କିନ୍ତୁ ରାହୁଲ ଗାନ୍ଧି ଏହି ସମନ୍‌ ଉପରେ ରୋକ୍‌ ଲଗାଇବା ପାଇଁ ପାଟନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ରାହୁଲଙ୍କ ଆବେଦନର ଶୁଣାଣି କରିବା ସହ ମେ’ ୧୫ ତାରିଖ ପର୍ଯ୍ୟନ୍ତ ନିମ୍ନ ଅଦାଲତଙ୍କ ବିଚାରଣ ଉପରେ ରୋକ୍‌ ଲଗାଇ ଦେଇଛନ୍ତି।

Leave A Reply

Your email address will not be published.