ରାହୁଲଙ୍କୁ ୫୦ ହେଲାଣି, କାହିଁକି ଏମିତି କହିଲେ ଓୱେସୀ

0

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧିଙ୍କ ବୟସ ୫୦ ଡେଇଁ ସାରିଲାଣି। ସେ ନିଜର ଏକୁଟିଆ ପଣକୁ ନେଇ ବେଶ ଚିନ୍ତିତ ରହୁଥବେ ବୋଲି କହି ଓୱେସୀ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି।

ରାହୁଲ ଗାନ୍ଧି ତେଲେଙ୍ଗାନାରେ ପ୍ରଚାର କରୁଥିବା ବେଳେ ଓୱେସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବନ୍ଧୁ କହି ସମାଲୋଚନା କରିଥିଲେ। ଏହାର ଜବାବରେ ଓୱେସୀ ଏପରି କଥା କହିଛନ୍ତି। ସେ କହିଛନ୍ତି, “ରାହୁଲ ଗାନ୍ଧି ଦୟା କରି କହିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ। ଆପଣଙ୍କ ବୟସ ୫୦ ଟପି ସାରିଲାଣି। ଏକୁଟିଆ ରହିବା ଆପଣଙ୍କୁ ନିଶ୍ଚିତ କଷ୍ଟ ଦେଉଥିବ। ଏହାକୁ ନେଇ ଆପଣ ଚିନ୍ତା ମଧ୍ୟ କରୁଥିବେ।

କାହାକୁ ଗୋଟିଏ ଖୋଜି ନିଅନ୍ତୁ। ଅବଶ୍ୟ ଏହା ଆପଣଙ୍କର ନିଷ୍ପତ୍ତି। ଆମେ କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ। ଆମେ କାହାକୁ ଡିଷ୍ଟ୍ରବ କରିବାକୁ ଚାହୁଁନାହୁଁ। କିନ୍ତୁ ଆମକୁ ଯିଏ କହିବେ, ଆମେ ମଧ୍ୟ ତାଙ୍କୁ ଛାଡ଼ିବୁ ନାହିଁ।”

ନଭେମ୍ବର ୨୫ରେ ରାହୁଲ ଗାନ୍ଧି ତେଲେଙ୍ଗାନାର ଗୋଟିଏ ନିର୍ବାଚନୀ ସଭାରେ ଭାଷଣ ଦେଉଥିଲେ। ଏହି ସମୟରେ ସେ କହିଥିଲେ ଯେ “ମୋଦିଜୀଙ୍କ ଦୁଇ ଜଣ ବନ୍ଧୁ। ଜଣେ ଓୱେସୀ ଓ ଆଉ ଜଣେ କେସିଆର। କେସିଆର ଚାହୁଁଛନ୍ତି ମୋଦି ପ୍ରଧାନମନ୍ତ୍ରୀ ରୁହନ୍ତୁ। ମୋଦି ଚାହୁଁଛନ୍ତି କେସିଆର ମୁଖ୍ୟମନ୍ତ୍ରୀ ରୁହନ୍ତୁ। ମୋଦି, କେସିଆର ଓ ଓୱେସୀ ଗୋଟିଏ ପଟେ ରହିଛନ୍ତି।”

Leave A Reply

Your email address will not be published.