ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାହୁଲ୍ ଗାନ୍ଧୀ ରାଜନୀତି ନିମନ୍ତେ ଯୋଗ୍ୟ ନୁହନ୍ତି ଏବଂ ତାଙ୍କର ସୁବ୍ୟବସ୍ଥିତ ନିଷ୍ଠା ନାହିଁ ବୋଲି ‘ପଡ୍କାଷ୍ଟ୍ ୱିଥ୍ ସ୍ମିତା ପ୍ରକାଶ’ର ଦ୍ବିତୀୟ ଅଧ୍ୟାୟରେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ସହିତ ସାକ୍ଷାତ୍କାର ବେଳେ ଆସାମର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା ହିମନ୍ତ ବିଶ୍ବ ଶର୍ମା କହିଛନ୍ତି।
ନିଷ୍ଠାର ସହ ଆରମ୍ଭ ନ ହୋଇଥିବା ଯେକୌଣସି କାର୍ୟ୍ୟ ପରବର୍ତ୍ତୀ ସମୟରେ ଅହଙ୍କାରର କାରଣ ହୋଇଥାଏ। ସେ କହିଛନ୍ତି, ଏବେ ସେ ଆପଣଙ୍କ ସହିତ ଆଳାପ କରୁଥିବେ, ଆଉ ଟିକେ ପରେ ସେ ବାହାରକୁ ଚାଲିଯିବେ। ଆପଣ ତାଙ୍କୁ ଅପେକ୍ଷା କରି ବସିଥିବା ବେଳେ ସେ ବାହାରେ ଥଟ୍ଟାମଜା କରୁଥିବେ। ଅଧ ଘଣ୍ଟା ପରେ ପୁଣି ସେ ଆସି ଆପଣଙ୍କ ନିକଟରେ ହାଜର ହେବେ। କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ଏବଂ ରାଜସ୍ଥାନ ସଙ୍କଟ ସଂକ୍ରାନ୍ତରେ ମନ୍ତବ୍ୟ ଦେବା ବେଳେ ସେ ଉପରୋକ୍ତ କଥା କହିଛନ୍ତି। ସେ କହିଛନ୍ତି, କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ତାଙ୍କର ବଡ଼ ପରିବାର ହୋଇଥିବାରୁ ସେ ସାମନ୍ତ ପରି ଆଚରଣ କରନ୍ତି। ଏବେ ସେ କଂଗ୍ରେସର ଅଧ୍ୟକ୍ଷ ନୁହନ୍ତି। ମାତ୍ର ସମସ୍ତ ନିଷ୍ପତ୍ତି ନିଅନ୍ତି।