ମହିଳା ସଂରକ୍ଷଣ ବିଲକୁ ନେଇ ଏମିତି କହିଲେ ରାହୁଲ

0

କ୍ଷମତାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ୍ କଂଗ୍ରେସ ପାରିତ କରି ପାରି ନଥିଲା। ଏଥିସହ ଦଳ ଆଣିଥିବାର ମହିଳା ସଂରକ୍ଷଣ ବିଲ୍‌ରେ ଓବିସିଙ୍କ କୋଟାକୁ ସାମିଲ କରିପାରି ନଥିଲା। ଏଥିପାଇଁ ଏବେ ଦଳ ୧୦୦% ଅନୁତପ୍ତ ବୋଲି କହିଛନ୍ତି ରାହୁଲ ଗାନ୍ଧି।

ଓବିସି ସଂପ୍ରଦାୟର ମହିଳାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ହେଉଥିବା ଦାବିକୁ ତାଙ୍କ ଦଳ ଏବେ ଗ୍ରହଣ କରିଛି। ୨୦୧୦ରେ କଂଗ୍ରେସ ଆଣିଥିବା ବିଲରେ ଓବିସି ସଂପ୍ରଦାୟର ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନଥିଲା।

ରାହୁଲ ଗାନ୍ଧି କହିଛନ୍ତି, “୧୦୦%, ଆମେ ୧୦୦% ଅନୁତପ୍ତ। ତେବେ ବିଜେପି ମହିଳା ସଂରକ୍ଷଣ ବିଲ୍‌ ଲାଗୁ କରିବାକୁ ଆହୁରି ୬ ବର୍ଷ ସମୟ ନେବ। ଏହା ଠିକ ନୁହେଁ।” ୨୦୧୦ରେ କଂଗ୍ରେସ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିଥିଲା।

ତେବେ ଲୋକସଭାରେ ଏହା ଆଗତ ହେବା ସମୟରେ ସମାଜବାଦୀ ପାର୍ଟି ଓ ଆରଜେଡି ଓବିସି ସଂପ୍ରଦାୟର ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। କଂଗ୍ରେସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବାରୁ ସପା ଓ ଆରଜେଡି ସମର୍ଥନ ପ୍ରତ୍ୟାହାର କରି ନେଇଥିଲା। ଫଳରେ ଲୋକସଭାରେ ଆଉ ଏହି ବିଲ୍‌ ଆଗତ ହୋଇ ପାରି ନଥିଲା।

Leave A Reply

Your email address will not be published.