ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଏବେ ଉତ୍ତରପ୍ରଦେଶ ଅଭିମୁଖେ

0

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆଜିକାଲି ଖୁବ୍‌ ଚର୍ଚ୍ଚାରେ ରହିଛି। ଏହି ଯାତ୍ରାର ନେତୃତ୍ବ ନେଇଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ଭାରତ ଯୋଡ଼ ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ହେବ। ଏହି ଯାତ୍ରାରେ ଅନେକ ବଡ଼ ବଡ଼ ନେତା ସାମିଲ୍‌ ହେବେ ବୋଲି ଶୁଣାଯାଉଛି। ଏବେ ଚର୍ଚ୍ଚା ହେଉଛି ଯେ ରାହୁଲଙ୍କ ଏହି ଭାରତ ଯୋଡ଼ ଯାତ୍ରାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଓ ଆର୍‌ଏଲଡି ନେତା ଜୟନ୍ତ ଚୌଧୁରୀ ସାମିଲ୍‌ ହେବେ ନାହିଁ।

କଂଗ୍ରେସ ତା’ର ଏହି ଯାତ୍ରାରେ ସପା, ବସପା ଓ ଲୋକଦଳକୁ ସାମିଲ ହେବା ପାଇଁ ଆହ୍ବାନ ଦେଇଛି। ଜୟନ୍ତ ଚୌଧୁରୀ ନିଜର ପୂର୍ବରୁ କିଛି କାର୍ଯ୍ୟକ୍ରମ ରହିଥିବା ଦର୍ଶା‌ଇ ଯାତ୍ରାରେ ସାମିଲ୍‌ ହେବେ ନାହିଁ ବୋଲି କହି ସାରିଛନ୍ତି। ସେହିପରି ଅଖିଳେଶ ଯାଦବଙ୍କର ବି ଯାତ୍ରାରେ ସାମିଲ୍‌ ହେବାର ସମ୍ଭାବନା ପ୍ରାୟ ନା ସହ ସମାନ। ସେହିପରି ବସପାର ମାୟାବତୀ ଓ ଶତିଶ ମିଶ୍ରା କଂଗ୍ରେସର ଏହି ଯାତ୍ରାରେ ସାମିଲ୍‌ ନହୋଇ ପାରନ୍ତି ବୋଲି ଚର୍ଚ୍ଚା ‌ହେଉଛି।

ତେବେ ସପା ଏହି ଯାତ୍ରାରେ ତା’ର କେଉଁ ପ୍ରତିନିଧୀଙ୍କୁ ପଠାଇବା ତାହା ଦେଖିବା ବାକି ରହିଲା। କଂଗ୍ରେସ ୟୁପିର ସିଭିଲ୍‌ ସୋସାଇଟିର ଲୋକଙ୍କୁ ଏହି ଯାତ୍ରାରେ ସାମିଲ୍‌ ହେବାକୁ ଆମନ୍ତ୍ରିତ କରିଛି।

Leave A Reply

Your email address will not be published.