ବଢିବ ରେଳ ଭଡା: ସଙ୍କେତ ଦେଲେ ରେଳ ମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ଆପଣ ଯଦି ରେଳରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୁଣି ଝଟକା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଲୋକସଭାରେ ରେଳ ଭଡା ବଢିବା ନେଇ ସଂକେତ ଦେଇଛନ୍ତି । ବୁଧବାର ଦିନ ଲୋକସଭାରେ ଅଶ୍ୱନୀ ବୈଷ୍ଣବଙ୍କ ଏଭଳି ବୟାନ ପରେ ଆଗାମୀ ଦିନରେ ପୁଣି ରେଳଭଡା ବଢିବ ବୋଲି ଆଶା କରାଯାଉଛି । ସେପେଟେ କୋଭିଡ-୧୯ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଳ ଭଡାରେ ଯେଉଁ ରିହାତି ମିଳୁଥିଲା ତାହା ପୁଣି ଲାଗୁ ହେବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି କି, ଏବେ ସମୟରେ ରେଳରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ୫୫ ଟିକେଟରେ ୫୫ ପ୍ରତିଶତ ରିହାତି ମିଳୁଛି ।

ରେଳମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ, ରେଳଯାତ୍ରୀଙ୍କ ଭଡାରେ ରେଳ ବିଭାଗ ପ୍ରତି କିଲୋମିଟରକୁ ୧.୧୬ ଟଙ୍କା ଖର୍ଚ୍ଚ କରୁଛି । ହେଲେ ଟିକେଟ ବାବଦରେ ଲୋକଙ୍କ ଠାରୁ କେବଳ ୪୫ ରୁ ୪୮ ପ୍ରତିଶତ ପର୍ୟ୍ୟନ୍ତ ଆଦାୟ କରୁଛି । ଗତବର୍ଷର ପରିସଂଖ୍ୟାନ ଦେଇ ସେ କହିଛନ୍ତି କି ରେଳଯାତ୍ରୀଙ୍କ ଟିକେଟ ଉପରେ ଗତବର୍ଷ ରେଳ ବିଭାଗ ୫୯,୦୦୦ କୋଟି ଟଙ୍କା ଛାଡ କରିଛି ।

Leave A Reply

Your email address will not be published.