ରାଇମୋହନଙ୍କ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ହୋଇଛି ମୃତ୍ୟୁ

0

ଭୁବନେଶ୍ୱର(ଆମ ଟିଭି): ଆସିଲା ଓଲିଉଡର ବରିଷ୍ଠ ଅଭିନେତା ତଥା ଆଗଧାଡ଼ିର ଖଳନାୟକ ରାଇମୋହନ ପରିଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବେକରେ ଦଉଡ଼ି ଦେବା ଯୋଗୁ ଶ୍ୱାସ ରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏହି ରିପୋର୍ଟ କମିଶନରେଟ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ରାଇମୋହନ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଯାଇଛି। ତେବେ ସେ କ’ଣ ପାଇଁ ସେ ଏପରି ଚରମ ପଦକ୍ଷେପ ନେଲେ, କିଛି ସମସ୍ୟା ତାଙ୍କୁ ମନେ ମନେ  ଅତିଷ୍ଠ କରୁଥିଲା କି ଏହା ଉପରୁ ପରଦା ଉଠାଇବା କମିଶନରେଟ ପୁଲିସ୍‌ ଆଗରେ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି ।

ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି, ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟ ହୋଇଛି।  ମୃତଦେହ ଜବତ ବେଳକୁ ଶରୀରରେ କୌଣସି ବାହ୍ୟ କ୍ଷତ ଚିହ୍ନ ନ ଥିବା ବେଳେ ବେକ ନିକଟରେ ସାମାନ୍ୟ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ଦଉଡ଼ି ଦେବା ଯୋଗୁ ଏହି କ୍ଷତ ହୋଇଛି ବୋଲି ସ୍ପଷ୍ଟ ହୋଇଛି । ରାଇମୋହନ ପରିଡାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ତାଙ୍କ ଭିସେରା ରିପୋର୍ଟ ଆସିପାରିନି । ଭିସେରା ରିପୋର୍ଟ ଆସିଲେ ମୃତ୍ୟୁ ସମୟରେ କିଛି ନିଶା କିମ୍ବା ବିଷକ୍ରିୟା ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ।

Leave A Reply

Your email address will not be published.