ଭୁବନେଶ୍ବର (ଆମ ଟିଭି): ଆଜି ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଏହି ସମୟରେ ବାଂଲାଦେଶ ଓ ପଶ୍ଚିମ ବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଫଳରେ ଆସନ୍ତା ୧୩ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଏହା ପ୍ରଭାବରେ ଆସନ୍ତା ୧୨ ତାରିଖରୁ ପୁଣି ରାଜ୍ୟରେ ଆରମ୍ଭ ହୋଇପାରେ ବର୍ଷା ବୋଲି ଆକଳନ କରାଯାଇଛି । ଏହି ସମୟରେ ବର୍ଷା, ପବନ ସହ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଅଧିକ । ତେଣୁ ୧୨ ଓ ୧୩ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆସନ୍ତାକାଲି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସତର୍କ କରାଯାଇଛି। ଏପରିକି ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ୧୧ ତାରିଖ ଦିନ ସମଗ୍ର ରାଜ୍ୟକୁ ୟେଲୋ ଆଲର୍ଟ ଦେଇଛି ଅରାଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।