ଭୁବନେଶ୍ୱର(ଆମ ଟିଭି): ଶୀତ ସାଙ୍ଗକୁ ଆରମ୍ଭ ହୋଇଛି ବର୍ଷା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବଲାଙ୍ଗିର ସହରରେ ଗତକାଲି ରାତିରେ ବର୍ଷା ହୋଇଛି । ଆଜି ସକାଳୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଶୀତ ସାଙ୍ଗକୁ ବର୍ଷା ଯୋଗୁ ଦୁଇ ଦିନ ହେବ ରାଜ୍ୟରେ କୋହଲା ପାଗ ଦେଖିବାକୁ ମିଳିଥିଲା ।
ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତର ଓଡ଼ିଶାରେ କୋହଲ ପାଗ ଲାଗି ରହିଛି । ଏହା ସହ କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘନ କୁହୁଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।