ଦିଲ୍ଲୀରେ ବର୍ଷା ବିତ୍ପାତ; ଜଳମଗ୍ନ ହୋଇଗଲା ରାଜଧାନୀ, ଅଣ୍ଡର ପାସରେ ଫସିଗଲା କାର, ବାଇକ ଓ ବସ୍

0

ନୂଆଦିଲ୍ଲୀ (ଆମ ଟିଭି); ଦିଲ୍ଲୀରେ ବର୍ଷା ବିତ୍ପାତ । ଶୁକ୍ରବାର ଭୋର ସାଢେ ୫ଟା ମଧ୍ୟରେ ଦିଲ୍ଲୀରେ ୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୩ ଘଣ୍ଟା ମଧ୍ୟରେ ଏହି ବର୍ଷା ରେକର୍ଡ ହୋଇଛି । ଚଳିତ ବର୍ଷର ସବୁଠାରୁ ଏହା ଅଧିକ ବର୍ଷା । ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଆଜି ରାଜଧାନୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ଆଶଙ୍କା ରହିଛି । ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ରାଫିକରେ ପାଣି ଜମିବା, ଟ୍ରାଫିକ୍ ଜାମ୍ ଓ ଗଛ ପଡ଼ିଥିବା ଦେଖିବାକୁ ମିଳିଛି । ପାଣି ଜମି ରହିଥିବାରୁ କାର, ବସ୍, ଦୁଇ ଚକିଆ ଯାନ, ଅଟୋ ସେବା ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ସାଇକେଲ୍ ଧରି ଲୋକମାନେ ଯିବା ଆସିବା କରୁଛନ୍ତି । ପ୍ରବଳ ବର୍ଷାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ସାଧାରଣ ଲୋକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ କୋଡିଏରୁ ଅଧିକ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଦିଲ୍ଲୀ ଏମ୍ସ ଯିବା ପାଇଁ ମଧ୍ୟ ରାସ୍ତା ବନ୍ଦ ହୋଇଛି ।

Leave A Reply

Your email address will not be published.