ନୂଆଦିଲ୍ଲୀ (ଆମ ଟିଭି): ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ରାଜ୍ୟ ପାଇଁ କାଳ ସାଜିଛି । ଲଗାତାର ବର୍ଷା ହେବା କାରଣରୁ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ଶିମଲାର କୃଷ୍ଣା ନଗର ଅଞ୍ଚଳରେ ବଡ ବଡ ଅଟ୍ଟାଳିକା ଭୁଶୁଡି ପଡିଛି । ସେହିପରି କୁଲ୍ଲୁରେ ଏକ ବିରାଟ ଅଟ୍ଟାଳିକା ଭୁଷୁଡି ପଡିଛି ।
ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସେହିପରି ଆନି ବସ୍ଷ୍ଟାଣ୍ଡ ନିକଟରେ ୭ଟି କୋଠା ଭୁଶୁଡି ପଡିଛି। ହିମାଚଳପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ୟରେ ନିୟୋଜିତ ଥିବା ଜଣାପଡିଛି ।