ନାମାଙ୍କନ ଭରିଲେ ବର୍ଷା

0

ବରଗଡ଼/ପଦ୍ମପୁର: ଆଜି ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେ‌ଷ ଦିନରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ନାମାଙ୍କନ ଭରିଛନ୍ତି। ଏହି ସମୟରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ବର୍ଷାରାଣୀ ସିଂ ବରିହା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ ନିକଟରେ ଅବସ୍ଥିତ ପୁରାତନ ଦେବପୀଠ ବୁଢାରଜାଙ୍କ ମନ୍ଦିରକୁ ଯାଇ ବୁଢାରଜାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ବୁଢାରଜାଙ୍କ ପ୍ରତି ଗଭୀର ବିଶ୍ୱାସ ଓ ଶ୍ରଦ୍ଧା ରହିଥିଲା। ସେ ମଧ୍ୟ ଯେତେବେଳେ ଏହି ଅଞ୍ଚଳକୁ ଆସନ୍ତି ପ୍ରଥମେ ବୁଢାରଜାଙ୍କର ଦରବାରରେ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି।  ନିର୍ବାଚନରେ ନାମାଙ୍କନ ଭରିବା ପୂର୍ବରୁ ବିଜୟ ବାବୁ ପ୍ରଥମେ ବୁଢାରଜା ଙ୍କର ଆଶୀର୍ବାଦ ନେଇ ନିଜର ପ୍ରାଥୀ ପତ୍ର ଦାଖଲ କରିବାକୁ ଯାଉଥିଲେ। ଆଜି ବର୍ଷା ମଧ୍ୟ ନିଜର ପିତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ବର୍ଷାଙ୍କର ସହିତ ଆଜି ତାଙ୍କର ଅନୁଜ ଭୋଜରାଜ ସିଂ ବରିହା ମଧ୍ୟ ଉପସ୍ଥିତ ରହି ବୁଢାରଜାଙ୍କର ଆଶୀର୍ବାଦ ପ୍ରାଥନା କରିଥିଲେl ଏହି ଅବସରରେ ମାଣ୍ଡୋସିଲ ଅଞ୍ଚଳ ଅନେକ ସମର୍ଥକ ଉପସ୍ଥିତ ଥିଲେl

Leave A Reply

Your email address will not be published.