ଆଜିଠୁ ରାଜ୍ୟରେ ବର୍ଷା

0

ଭୁବନେଶ୍ବର: ଆଜିଠାରୁ  ୫ ତାରିଖ ପର୍ୟ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅକ୍ଟୋବର ମାସରେ ରାଜ୍ୟରେ ୭୫.୫ମି.ମି. ବର୍ଷା ହୋଇଥିବାବେଳେ ଏହା ୩୩% ନିଅଣ୍ଟିଆ ବୋଲି ଜଣାପଡ଼ିଛି। ବର୍ଷା ଅଭାବରୁ ରାଜ୍ୟରେ କୃଷିକାର୍ୟ୍ୟ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ଧାନ ବିଲ ଶୁଖିଲା ପଡ଼ିଛି। ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସୁବର୍ଣ୍ଣପୁର, ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ଅଧିକ ବର୍ଷା ହୋଇଛି।ଆଜିଠାରୁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଦକ୍ଷିଣ ଉପକୂୂଳ, ରାୟଗଡ଼ା, କୋରାପୁଟ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ନଭେମ୍ବର ୫ ଯାଏଁ ବର୍ଷା ଜାରି ରହିବ। ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକା ବର୍ଷା ହୋଇପାରେ।

Leave A Reply

Your email address will not be published.