୬ ତାରିଖରୁ ବଢ଼ିବ ବର୍ଷା; ୭ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

0

ଭୁବନେଶ୍ୱର(ଆମ ଟିଭି): ୬ ତାରିଖରୁ ବଢ଼ିବ ବର୍ଷା। ଆଗାମୀ ୨୪ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ଏହାସହ ଜୁଲାଇ ୭ ତାରିଖ ବେଳକୁ ବଙ୍ଗୋ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତେଣୁ ବର୍ଷାର ପରିମାଣ ବଢ଼ିବ।

୬ରୁ ୮ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ମୟୂରଭଂଜ, କେନ୍ଦୁଝର, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.